ନୂଆଦିଲ୍ଲୀ: ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ଆଣ୍ଟି ପେପର୍ ଲିକ୍ ବିରୋଧୀ ସଂଶୋଧନ ବିଲ୍ ଗୃହୀତ ହୋଇଛି। ଦୀର୍ଘ ଆଲୋଚନା ପରେ ବିଲ୍ କୁ ଧ୍ୱନି ଭୋଟରେ ଗୃହୀତ କରାଯାଇଥିଲା।
ଆଲୋଚନା ସମୟରେ ବିଲ୍ ଉପରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆଣ୍ଟି ପେପର୍ ଲିକ୍ ବିରୋଧୀ ବିଲ୍ ଗୃହୀତ ହେବାର ଘୋଷଣା କରିବା ପରେ, ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଜୁଲାଇ ୩୦ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ବିଲ୍ ଆଗତ କରି କହିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଏବଂ ପରାମର୍ଶ ଦେବା ପରିବର୍ତ୍ତେ ବିରୋଧୀ ଦଳ ରାଜନୀତିରେ ଲିପ୍ତ ଅଛନ୍ତି। ବିରୋଧୀଙ୍କ ଆଚରଣ ଅତ୍ୟନ୍ତ ନିରାଶାଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଗଠନମୂଳକ ପରାମର୍ଶ ଦେବା ପରିବର୍ତ୍ତେ ବିରୋଧୀ ଦଳ ରାଜନୀତିରେ ଲିପ୍ତ ଅଛନ୍ତି। ବିରୋଧୀ ଦଳ ନେତାଙ୍କ ଦ୍ୱାରା ବ୍ୟବହୃତ ଭାଷା କେବଳ ଅଣସଂସଦୀୟ ନୁହେଁ ବରଂ ଏତେ ଅନୁପଯୁକ୍ତ ଥିଲା ଯେ ମୁଁ ଏହାକୁ ପୁନରାବୃତ୍ତି କରିବାକୁ ମଧ୍ୟ ଚାହିଁବି ନାହିଁ। ଯେଉଁମାନେ ନିଜକୁ ଶିକ୍ଷିତ ଏବଂ ସଂସଦୀୟ ପରମ୍ପରା ସହିତ ପରିଚିତ ବୋଲି ଭାବନ୍ତି ସେମାନେ ଜାଣିବା ଉଚିତ ଯେ ଏପରି ଭାଷା ଗୃହ ଭିତରେ ବ୍ୟବହାର କରାଯାଇପାରିବ ନାହିଁ।”
ସେ ଆହୁରି କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଦେଶର ଯୁବପିଢ଼ିଙ୍କୁ ମୂର୍ଖ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ କହିଛନ୍ତି, “ଦେଶର ଭବିଷ୍ୟତ, ଏହି ଦେଶର ଯୁବପିଢ଼ିଙ୍କୁ ‘ମୂର୍ଖ’ କହିବାଠାରୁ ଅଧିକ ଦୁର୍ଭାଗ୍ୟଜନକ ଆଉ କ’ଣ ହୋଇପାରେ।

Comments are closed.