Latest Odisha News

ମଦ ପାଇଁ କିଲୋମିଟର ଯାଏ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସହ କିଛି ଜୋନରେ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଖଚାଖଚ ଭିଡ । କେଉଁଠି କେଉଁଠି କିଲୋମିଟର ଯାଏଁ ଲାଇନ୍ ଲମ୍ବିଥିଲା । ଲୋକ ଖରା ତାତିରେ ଠିଆ ହୋଇ କିଣୁଥିଲେ ମଦ । କିଛି ସ୍ଥାନରେ ମଦ ଦୋକାନ ଆଗରେ ଯେମିତି ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଠେଲାପେଲା ଲାଗିଥାଏ ସେଭଳି ଦୃଶ୍ୟ ସାମନାକୁ ଆସିଥିଲା । ଏପରିକି ଲୋକଙ୍କ ଆୟତ୍ତ କରିବାକୁ କିଛି ସ୍ଥାନରେ ଲାଠି ଚାର୍ଜ ବି କରିଥିଲା ପୋଲିସ ।

ସେହିପରି କାଁ ଭାଁ କିଛି ସ୍ଥାନରେ ସାମାଜିକ ଦୂରତ୍ୱକୁ ଲୋକ ମାନୁଥିବା ଦେଖିବାକୁ ମିଳିଥିଲା । ଲକଡାଉନ ବେଳେ ଲୋକ ପନିପରିବା କିମ୍ବା ରାସନ୍ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତ୍ୱ ମାନୁ ନଥିଲେ । କିନ୍ତୁ ମଦ ଦୋକାନ ଆଗରେ ନିୟମକୁ ମାନୁଛନ୍ତି । ଘଣ୍ଟାଘଣ୍ଟା ଲାଇନରେ ଠିଆ ହେଉଛନ୍ତି । ମଦ କିଣୁଛନ୍ତି । ମାର୍ଚ୍ଚ ୨୫ ତାରିଖରେ ଲକଡାଉନ ଘୋଷଣା ପରଠୁ ଦେଶରେ ବନ୍ଦ ରହିଥିଲା ମଦ ଦୋକାନ ।

 

Leave A Reply

Your email address will not be published.