Latest Odisha News

ଚଳିତମାସ ୧୯ରେ ଦୃଶ୍ୟମାନ ହେବ ଶତାଦ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରେ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ହେଲେ ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ସକାଳ ୧୧.୩୨ ରେ ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବ । ଏହା ପରେ ଦିନ ୧୨.୪୮ରେ ଚନ୍ଦ୍ରଛାୟାରେ ପ୍ରବେଶ କରିବ। ସର୍ବାଧିକ ୯୭. ୪ ପ୍ରତିଶତ ଗ୍ରହଣ ଘଟିବ ଅପରାହ୍ନ ୨.୩୨ରେ ।

ସେହିପରି ଚନ୍ଦ୍ର ଛାୟାରୁ ବାହାରିବ ଅପରାହ୍ନ ୪.୧୭ରେ। ଚନ୍ଦ୍ର ଉପଛାୟାରୁ ପୁରାବାହାରିବ ଅପରାହ୍ନ ୫.୩୩ ମିନିଟରେ। କହିବାକୁ ଗଲେ ଅପରାହ୍ନ ୫.୩୩ ମିନିଟରେ ଗ୍ରହଣ ସମାପ୍ତ ହେବ ।୧୯ ତାରିଖରେ ଏସିଆ,ଅଷ୍ଟ୍ରେଲିଆ ଓ ଆମେରିକା ଏବଂ ୧୮ ନଭେମ୍ବର ଗୁରୁବାର ରାତିରେ ଆଲାସ୍କା ହାଇୱେର କିଛି ଅଂଶ ,ଉତ୍ତର ପଶ୍ଚିମ ,ଉତ୍ତର-ୟୁରୋପର କିଛି ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।

Leave A Reply

Your email address will not be published.