Latest Odisha News

BREAKING NEWS

ପବ୍ଲିକ୍ ଷଣ୍ଢ ପରେ କିଙ୍ଗ୍ ଗ୍ୟାଙ୍ଗର ଧମକ ଭିଡିଓ ଭାଇରାଲ୍

ବଲାଙ୍ଗୀର: ଭୁବନେଶ୍ବରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ କିଙ୍ଗ୍‌ ଗ୍ରୁପର ଭିଡିଓ ଭାଇରାଲ ହେଉଛି । କିଙ୍ଗ୍‌ ଗ୍ରୁପ୍‌ ବନ୍ଧୁକ, ଖଣ୍ଡା, ଭୁଜାଲି ସହ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଭିଡିଓ ଛାଡିଛି । ୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି । କିଙ୍ଗ୍‌ ଗ୍ରୁପର ଉତ୍ପାତ ଦେଖି ଲୋକ ଭୟଭୀତ ହେଉଛନ୍ତି ।

ଖରାପ ଭାଷାରେ ଗାଳି ଗୁଲଜ ସହ କିଛି ବ୍ୟକ୍ତିଙ୍କୁ ମାରିବା ଓ ଘରୁ ନବାହାରିବାକୁ ଚେତାବନୀ ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି ।

ବଲାଙ୍ଗୀର ସହର ସମେତ ପୁଇଁତଲା ଓ ଲୋଇସିଂହା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଭାଇଗିରି ଦେଖାଉଛନ୍ତି, ଯାହାର କିଛି ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.