ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ମାତିଲେ ଲୁଟେରା ଗ୍ୟାଙ୍ଗ୍ । ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ହୋଇଛି ଲୁଟ୍ । ଦୁର୍ବୃତ୍ତଙ୍କ ଲୁଟରୁ ବାଦ୍ ପଡ଼ିନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ । ଏପରିକି ସାଧାରଣ ଗରିବ ଲୋକଙ୍କୁ ଛାଡି ନାହାନ୍ତି ଲୁଟେରା ଗ୍ୟାଙ୍ଗ । ପଞ୍ଚାୟତ ନବୀକରଣ ଓ ପାଠାଗାର ଉଦଘାଟନର ଦୁଇ ଦିନ ପରେ କଳାକନା ବୁଲାଇଛନ୍ତି ଲୁଟେରା ।
ପିପିଲି ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅଫିସରୁ ଏଲଇଡି ଓ ଇନଭର୍ଟର ସହ ବିଭିନ୍ନ ଦସ୍ତାବିଜ ସହ ନିକଟସ୍ଥ ମିଶନ ଶକ୍ତି ମହାସଙ୍ଘ ଘରୁ ୨ଟି ସିଲାଇ ମେସିନ, ୧ ଲକ୍ଷ ଟଙ୍କା ମୂଲ୍ୟର କପଡ଼ା, ପାଣି ମୋଟର ଚୋରି ହୋଇଛି । ସେହିପରି ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରୁ କମ୍ପ୍ୟୁଟର, ସିସିଟିଭି ହାର୍ଡ ଡିସ୍କ, ଏକ ବସ୍ତିରୁ ଘର କବାଟ ଭାଙ୍ଗି ଟଙ୍କା ଓ ସୁନା ଚୋରି ହୋଇଛି । ସେହିପରି ତେଇଶିପୁର ଗୋପୀନାଥ ମନ୍ଦିରର କବାଟ ଝରକା ତାଡ଼ି ଲୁଟ୍ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟେରା ତାଲାଭାଙ୍ଗି ଲୁଟ୍ କରି ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ଅନ୍ୟପଟେ ଲୁଟେରା ଗ୍ୟାଙ୍ଗର ଉତ୍ପାତ୍ତକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।
Comments are closed.