Latest Odisha News

BREAKING NEWS

ପୂଜକଙ୍କ ଘର ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ପୂଜକଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି କରିନେଇଗଲେ ଚୋର । ସୁବର୍ଣ୍ଣପୁର ସଦର ରାମଜୀ ନଗରରେ ରହୁଥିବା ସୋନପୁର ଥାନା ପୂଜକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସୂଚନା ଅନୁସାରେ, ସଦର ରାମଜୀ ନଗରରେ ରହୁଥିବା ସୋନପୁର ଥାନା ପୂଜକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ଚୋର ମାନେ ଏହାର ସୁଯୋଗ ନେଇ ଘର ଗ୍ରିଲ ଭାଙ୍ଗି ବେଡ ରୁମକୁ ପଶିଥିଲେ । ଘରର ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଏନେଇ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ । ସେପଟେ ଡଗ ସ୍କୁଆଡ଼ ନ ଡ଼ାକି କେବଳ ଏତଲା ଗ୍ରହଣ କରି ପୋଲିସ ଚୁପ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପୂଜକ l

ସୋନପୁର ସହରରେ ଦିନ କୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ଫଳରେ ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି ସହରବାସୀ ।

Leave A Reply

Your email address will not be published.