Latest Odisha News

ମିଡିଲ ଇଷ୍ଟରେ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଉଛି ବିମାନର ଜିପିଏସ ସିଗ୍ନଲ

ନୂଆଦିଲ୍ଲୀ: ମିଡିଲ ଇଷ୍ଟ ଆକାଶରେ ରହସ୍ୟମୟ ଢ଼ଙ୍ଗରେ ହଠାତ ବିମାନର ଜିପିଏସ ସିଗ୍ନଲ ବନ୍ଦ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଡିଜିସିଏ ଭାରତୀୟ ଏୟାରଲାଇନ୍ସକୁ ସତର୍କତା ଅବଲମ୍ବନ କରିବା ପାଇଁ ସୂଚନା ଜାରୀ କରିଛି । ଇରାନ ସୀମା ନିକଟରେ ନାଗରିକଙ୍କୁ ନେଇ ଯାଉଥିବା ବିମାନ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇରାନର ଏଥିପ୍ରତି ହାତ ଥିବା ସନ୍ଦେହ ବ୍ୟକ୍ତ କରାଯାଉଛି । ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ ଜାମ ହେଉଛି କିମ୍ବା ଏହା ଭୁଲଭାଲ ସଙ୍କେତ ପ୍ରଦାନ କରୁଛି । ଏହା ଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଜିପିଏସ ସିଗ୍ନାଲ ଠିକ ଭାବେ କାମ ନ କରିବା ଯୋଗୁ ନିକଟରେ ଏକ ବିମାନ ଅନୁମତି ବିନା ଇରାନ ସୀମା ମଧ୍ୟରେ ପ୍ରବେଶ କରିଥିଲା । ପାଇଲଟ ଓ ଅନ୍ୟ ବିମାନ ଅଧିକାରୀମାନେ ଏହି ସମସ୍ୟା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ସମସ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ । କେତେକ ରକ୍ଷା ବିଶେଷଜ୍ଞଙ୍କ ମତରେ ମିଡିଲ ଇଷ୍ଟରେ ମିଲିଟ୍ରି ଇଲେକ୍ଟ୍ରୋନିକ ଯୁଦ୍ଧ ସିଷ୍ଟମ ନିୟୋଜିତ ହେବା ଯୋଗୁ ଏହି ଅସବୁିଧା ସୃଷ୍ଟି ହେଉଛି ।

Leave A Reply

Your email address will not be published.