Latest Odisha News

ବଣାଇଁ ଗୋପିନାଥପୁର ବସ୍ତିରେ ମାତିଲେ ଲୁଟେରା, ତାଲା ଭାଙ୍ଗି ଚୋରି କରିନେଲେ ମୂଲ୍ୟବାନ ସାମଗ୍ରୀ

ସୁନ୍ଦରଗଡ଼ : ବଣାଇଁ ସହର କନ୍ତଯୋଡି ଗୋପିନାଥପୁର ବସ୍ତିରେ ଲୁଟେରାଙ୍କ ଆତଙ୍କ । ସିମେଣ୍ଟ ଦୋକାନର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏହାସହ ପାଖରେ ଥିବା ଅନ୍ୟ ଜଣଙ୍କ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ୨ଟି ସ୍କୁଟି ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି । ଖବର ପାଇ ବଣାଇଁ ପୋଲିସ ଘଟଣାର ତଦନ୍ତ କରୁଛି ।

ଗୋପିନାଥପୁର ବସ୍ତିର ଜଗଦୀଶ ମିଶ୍ରଙ୍କ ଶିବା ସିମେଣ୍ଟ ଦୋକାନର କବାଟ ତାଲା ଭାଙ୍ଗି ଭିତରେ ଥିବା କାଉଣ୍ଟରରୁ ଟଙ୍କା ସାଙ୍ଗକୁ ମୂଲ୍ୟବାନ କାଗଜପତ୍ର ଚୋରି କରି ନେଇଛନ୍ତି ଲୁଟେରା । ସେହିପରି ପାଖରେ ଥିବା ଅଶୋକ ପ୍ରଧାନଙ୍କ ସପରିବାର ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିବା ବେଳେ ଚୋର ମାନେ ତାଙ୍କ ଘରର ଫାଟକ ଭାଙ୍ଗିଛନ୍ତି । ଘର ଭିତରେ ଥିବା ୨ଟି ସ୍କୁଟି ସହ ବିଭିନ୍ନ ମୂଲ୍ୟବାନ ସମାଗ୍ରୀ ସମେତ ସୁନା ଅଳଙ୍କାର ଚୋରି କରି ନେଇଯାଇଛନ୍ତି । ଆଜି ଭୁବନେଶ୍ବରରୁ ଫେରି ନିଜ ଘର ଓ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଅଶୋକ । ଖବର ପାଇ ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.