ଭୁବନେଶ୍ଵର: ରଥଯାତ୍ରାରେ ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୋଲିସ ଆକ୍ରମଣରେ ୭ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକ ହାତରେ ୨୦ ଷ୍ଟିଜ୍ ପଡିଛି । ଏପରି ଘଟଣାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିନ୍ଦା କରିଛନ୍ତି ।
ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା ବୋଲି ସରକାର ବାହାସ୍ଫୋଟ ମାରୁଥିଲେ । ତା’ସତ୍ତ୍ୱେ ରଥ ଚାଲିଲା ନାହିଁ । ରାଜ୍ୟ କୋଟିକୋଟି ଜଗନ୍ନାଥ ବିଶ୍ଵାସୀ ଭକ୍ତ ଏହାଦ୍ବାରା ଗଭୀର ଭାବେ ମାନସିକ ଆଘାତ ପାଇଛନ୍ତି । ସବୁକିଛି ଠିକଠାକ୍ ଥିବାବେଳେ କେଉଁ କାରଣ ପାଇଁ ସରକାର ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିଲେ, ସେ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି ।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
କେଉଁ ଭିଆଇପିଙ୍କ ପାଇଁ ସରକାର ମହାପ୍ରଭୁଙ୍କର ରଥକୁ ଆଗକୁ ନ ନେଇ ଅପେକ୍ଷା କରାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡିଶା ବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ ।
Comments are closed.