ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ଲୀଳାଖେଳା ପରେ ରତ୍ନ ବେଦୀକୁ ଫେରିବେ କାଳିଆ ଠାକୁର, ବଡଭାଇ ଓ ସୁନାନାକୀ ଭଉଣୀ । ସେପଟେ ପରମ୍ପରା ଅନୁଯୟୀ, ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ଅଭିମାନ କରିଛନ୍ତି ସେ । ତେଣୁ ଏହି ମାନଭଂଜନ ହେବ ।
କିମ୍ବଦନ୍ତୀ ଅନୁଯାୟୀ, ଏହି ନୀତି ଭିତରଚ୍ଛ ସେବକଙ୍କ ଦ୍ୱାରା ଅନୁଷ୍ଠିତ ହେବ । ନୀଳାଦ୍ରୀ ବିଜେରେ ରସଗୋଲା ଭୋଗ ଲାଗୁଥିବା ବେଳେ ଏହି ଦିନଟିକୁ ଓଡିଶାରେ ରସଗୋଲା ଦିବସ ରୂପେ ପାଳନ କରାଯାଉଛି ।
ପଶ୍ଚିମବଙ୍ଗ ପ୍ରଥମେ ରସଗୋଲାର ଜିଆଇ ମାନ୍ୟତା ପାଇବା ପରେ ଓଡିଶାରେ ପ୍ରତିବାଦର ସ୍ୱର ଉଠିଥିଲା । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା ।
Comments are closed.