Latest Odisha News

BREAKING NEWS

‘ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା’ରେ ଆଦ୍ୟା ଓ ପ୍ରାପ୍ତିଙ୍କ ନୃତ୍ୟ ପରିବେଷଣ

ଭୁବନେଶ୍ବର : ମହାରାଷ୍ଟ୍ର ଓଡ଼ିଆ ୱେତଲ୍ ଫେୟାର ଆସୋସିଏସନ(ମୋୱା) ଓ ପ୍ରବାସୀ ସାହିତ୍ୟ ସମ୍ଭାର ଆନୁକୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ଅବସରରେ ନଭି ମୁମ୍ବାଇର ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ‘ ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା’ ଅନୁଷ୍ଠିତ ହୋଇଯାଇଛି।

ଉମେଶ ଦାଶ ଓ ମୈତ୍ରେୟୀ କାମିଲାଙ୍କ ସଂଯୋଜନାରେ,  ଭଚୁର୍ଆଲ ମୋଡରେ ହୋଇଥିବା ଏହି ନୃତ୍ୟ ସନ୍ଧ୍ୟାରେ , ଭାରତର ବିଭିନ୍ନ ପ୍ରାନ୍ତର ତଥା ଅଷ୍ଟ୍ରେଲିଆ, ଆମେରିକା, ଆଫ୍ରିକାର କୁନି କୁନି ଓଡ଼ିଆ ନୃତ୍ୟାଙ୍ଗନା ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଆଦ୍ୟା ଅଳଙ୍କୃତା ମହାପାତ୍ର ଓ ପ୍ରାପ୍ତି ପୌଷାଳି ମହାପାତ୍ରଙ୍କ ଯୁଗଳ ନୃତ୍ୟ ବେଶ ମନମୁଗ୍ଧ କରିଥିଲା। ଭଗବାନ ପଣ୍ଡା ଏହି କାର୍ଯ୍ୟକ୍ରମରେ  ପିଲାମାନଙ୍କୁ ଉଦବୋଧନ ଦେଇଥିଲେ।

 

Leave A Reply

Your email address will not be published.