Latest Odisha News

BREAKING NEWS

ଆଡପ ଅଘଟଣ: ଆସିଲା ତଦନ୍ତ ରିପୋର୍ଟ, ପରିଚାଳନା କମିଟି ନେବ ଚୂଡାନ୍ତି ନିଷ୍ପତ୍ତି

ପୁରୀ: ଜୁଲାଇ ୯ ତାରିଖ ସଂଧ୍ୟାରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରୁ ମହାପ୍ରଭୁ ମୁହଁମାଡି ପଡିଯିବା ପ୍ରସଙ୍ଗରେ ତିନିଜଣିଆ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛନ୍ତି  । ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।  ମହାପ୍ରଭୁ ପଡିଯିବା ଘଟଣା ସମ୍ପର୍କରେ ଗଠିତ ତିନିଜଣିଆ କମିଟି ତଦନ୍ତ ରିପୋର୍ଟ ମୁଖ୍ୟ ପ୍ରଶାସକ ହସ୍ତାନ୍ତର କରିଛନ୍ତି ।  ଏହାକୁ  ଆସନ୍ତା ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯାଇ ଆଲୋଚନା ମୁତାବକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ତେବେ ଏହି ତିନି ଜଣିଆ ତଦନ୍ତ କମିଟି ପ୍ରଥମେ ବଳଭଦ୍ରଙ୍କ ବାଡଗ୍ରାହୀ ଓ ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ,ବରିଷ୍ଠ ସେବାୟତ ,ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକଙ୍କୁ ମହାପ୍ରଭୁ ପଡିଯିବା ପ୍ରସଙ୍ଗରେ ପଚରାଉଉରା କରି ସେମାନଙ୍କ ବହାନ ରେକର୍ଡ କରିଥିଲେ ।  ସେପଟେ ମହାପ୍ରଭୁ ଚରମାଳ ଉପରୁ ପଡିଟିବା ଘଟଣାକୁ, ଅଭିଜ୍ଞ ସେବାୟତଙ୍କ ଅନୁପସ୍ଥିତି ଓ ଯୁବ ସେବାୟତଙ୍କ ମୋବାଇଲ୍ ନିଶା ଯୋଗୁଁ ଏଭଳି ଅସାବଧାନତା ହୋଇଥିବା କଥା ଅଭିଯୋଗ କରିଥିଲେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ।

ଏହାସହିତ ପହଣ୍ଡି ବେଳେ ଦଇତାପତି,ସୁଆର ମହାସୁଆର,ପୂଜାପଣ୍ଡା,ପୁଷ୍ପାଳକଙ୍କୁ ମିଶାଇ ଜଗନ୍ନାଥଙ୍କ ରଥରେ ୫୦ ଜଣ,ବଳଭଦ୍ରଙ୍କ ରଥରେ ୪୦ ଜଣ ଓ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ସମୟରେ ୧୦ ଜଣ ରହିବା ନିୟମ ରହିଥିବା ବେଳେ ଏହାର ଉଲ୍ଲଂଘନ ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ । ଯାହାପରେ ଏନେଇ ରିପୋର୍ଟ ଦବାକୁ ୧୦ ଦିନ ସମୟ ଦିଆଯାଇଥିଲା । ହେଲେ ଏଥିରେ କୌଣସି ରିପୋର୍ଟ ଦାଖଲ ନହେବାରୁ ତଦନ୍ତ କମିଟି ଯାଞ୍ଚ ଆରମ୍ଭ କରିଥିଲା ।

Comments are closed.