Latest Odisha News

BREAKING NEWS

ମହାପ୍ରଭୁ ପଡିଯିବା ଘଟଣା: ‘ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଦିଆଯାଉଛି ସୁରକ୍ଷା’

ପୁରୀ: ଗୋଟେ ପଟେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିସାରିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।

ଏନେଇ ମାଧବ କହିଛନ୍ତି, ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି କି ଆମକୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଏହାସହିତ ଏନେଇ ବଡ ଅଭିଯୋଗ ଆଣିଛନ୍ତି ମାଧବ । ଏନେଇ ସେ କହିଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ସେବାୟତ ଗୋଷ୍ଠୀଙ୍କୁ ସୁରକ୍ଷା ଦେବା ଲାଗି ହୀନ ଚକ୍ରାନ୍ତ ଚାଲିଛି । ତଦନ୍ତ ପ୍ରକ୍ରିୟାକୁ ଠିକ୍ ଭାବରେ ହୋଇନାହିଁ । ପ୍ରଶାସନ ଏଥିରୁ କ୍ଷାନ୍ତ ରହିବା ଉଚିତ୍, ନଚେତ୍ ଆଗକୁ ବିଶୃଙ୍ଖଳା ଲାଗିରହିବ ବୋଲି କହିଛନ୍ତି ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।

Comments are closed.