Latest Odisha News

ଅଘୋରୀ ବାବାଙ୍କ ପ୍ରେମରେ ଋଷିଆ ଯୁବତୀ

ପ୍ରୟାଗରାଜ: ଜାନୁଆରୀ ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ମହାକୁମ୍ଭ ମେଳାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା।

ଜଣେ ଋଷୀୟ ଯୁବତୀ ମହାକୁମ୍ଭର ଜଣେ ଅଘୋରୀ ବାବାଙ୍କୁ ବିବାହ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଋଷିଆର ଜଣେ ଯୁବତୀ ଜଣେ ଅଘୋରୀ ବାବାଙ୍କ ସହ ନଜର ଆସିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କୁମ୍ଭମେଳାରେ ଦୁଇଜଣ ପରସ୍ପରର ପ୍ରେମରେ ପଡିଥିଲେ। ଯାହା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଏହି ଭିଡିଓରେ ମହିଳା ଜଣକ ହିନ୍ଦୁ ଧର୍ମ ପ୍ରତି ଥିବା ତାଙ୍କର ବିଶ୍ୱାସ ବିଷୟରେ କହୁଥିବାର ନଜର ଆସିଛନ୍ତି। ତେବେ  ମହିଳାଙ୍କ ପିଠିରେ ଭଗବାନ ଗଣେଶଙ୍କ ଟାଟୁ ରହିଥିବା ମଧ୍ଯ ଦେଖାଯାଉଛି। ମହିଳା ଜଣକ ନିଜ ଦେଶ ଛାଡି ଭାରତରେ ସମ୍ପୂର୍ଣ୍ଣ ଭାବରେ ରହିବାକୁ ନିଷ୍ପତ୍ତି ନେଇଥିବାର କହିଛନ୍ତି।

ମହିଳାଙ୍କୁ ଯେତେବେଳେ ନିଜ ଦେଶ ଓ ଭାରତର ସଂସ୍କୃତି ମଧ୍ଯରେ ଥିବା ଭିନ୍ନତା ବିଷୟରେ ପଚରାଗଲା ସେ କହିଥିଲେ ଯେ ଭାରତରେ ତାଙ୍କୁ ବହୁତ ଭଲ ଲାଗୁଛି ଓ ଏଠାରେ ସେ ନିଜ ଜୀବନକୁ ଉପଭୋଗ କରୁଛନ୍ତି।

 

 

Comments are closed.