Latest Odisha News

BREAKING NEWS

ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା ।

ପୋଲିସ ଅଭିଯୁକ୍ତ ପ୍ରେମିକ ନୟନ ସେଠଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ, ସେଠ ଭାବୁଥିଲା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ଉଭୟ ପରିବାର ମଧ୍ୟରେ କଳହ ସୃଷ୍ଟି କରୁଛି । ଯାହାକୁ ନେଇ ନୟନ ହତ୍ୟା ପାଇଁ ଯୋଜନା କରିଥିଲା ।

ସ୍ନିଗ୍ଧାକୁ ମାରିବା ଲାଗି ବଜାରରୁ ନୟନ ନୂଆ ଛୁରୀ କିଣିଥିଲା । ସୋମବାର ଉଭୟଙ୍କ ମଧ୍ୟରେ ବଚସା ପରେ ନୟନ, ସ୍ନିଗ୍ଧାର ଶରୀରର ବିଭିନ୍ନ ସ୍ଥାନକୁ ନୂଆ ଛୁରୀରେ ଆଘାତ କରି ଚାଲିଥିଲା । ହତ୍ୟା ପରେ ସ୍ନିଗ୍ଧାର ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲା ନୟନ । ପୋଲିସ ମୃତଦେହ ସହ ଛୁରୀ ଜବତ କରିଥିଲା ।

ସ୍ନିଗ୍ଧାକୁ ହତ୍ୟା ପରେ ନୟନ ସ୍ନିଗ୍ଧାଙ୍କ ମାଆଙ୍କୁ ଝିଅର ନମ୍ବରରୁ ହ୍ୱାଟ୍ସଆପରେ ହତ୍ୟା ସ୍ଥଳର ଲୋକେସନ୍ ପଠାଇଥିଲା । ଯେଉଁ ମେସେଜରେ ନୟନ ଲେଖିଥିଲା ସ୍ନିଗ୍ଧା ସହ ସେ ତାର ପ୍ରେମିକକୁ ହତ୍ୟା କରିଛି । ଯାହାକି ପରେ ମିଛ ବୋଲି ଜଣାପଡ଼ିଥିଲା ।

ଅନ୍ୟପଟେ ସ୍ନିଗ୍ଧାର ପରିବାର ଲୋକ ନୟନ ସହ ସମ୍ପର୍କ ନେଇ ଜଣାଇବା ସହ ଦେଖା କରିବାକୁ ଯିବା ପର ଠାରୁ ନିଖୋଜ ଥିବା ଜଣାଇଥିଲେ । ଅଭିଯୋଗ ପରେ ପୋଲିସ ନୟନକୁ ଧରିଥିବା ବେଳେ ସେ ଦୋଷ ସ୍ୱୀକାର କରିଛି ।

Leave A Reply

Your email address will not be published.