Latest Odisha News

BREAKING NEWS

ପ୍ରେମିକଙ୍କ ନାଁ ଟାଟୁ କରିଥିଲେ ଯୁବତୀ, ବ୍ରେକ୍‌ଅପ୍ ପରେ ଟାଟୁକୁ ଏମିତି କଲେ ବିଗିଡ଼ିଗଲା ସ୍ୱାସ୍ଥ୍ୟ

ଆଜିକାଲିକା ଜୀବନଶୈଳୀରେ ଦେହରେ ଟାଟୁ କରିବା ଏକ ସାଧାରଣ କଥା । ଆଉ ଯିଏ ପ୍ରେମ କରୁଛି ସ୍ୱଭାବିକ ଭାବେ ନିଜ ପ୍ରିୟ ମଣିଷର ନାଁ ଶରୀରରେ ଟାଟୁରେ ଉତ୍ତାରିଥାଏ । ପ୍ରେମରେ ଯଦି ବ୍ରେକ୍‌ଅପ୍ ହୁଏ ତେବେ ଏହା ଅନେକଙ୍କୁୁ ବ୍ୟଥିତ କରିଥାଏ । ଏମିତି ଏକ ଘଟଣା ଘଟିଛି, ଯେଉଁଠି ବ୍ରେକ୍‌ଅପ ପରେ ନିଜ ଶରୀରରେ ପ୍ରିୟ ମଣିଷର ନାଁ ଲେଖିଥିବା ପ୍ରେମିକା ଜଣକ କ’ଣ କରିଛନ୍ତି, ତାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ।

ଏହି ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ବହୁତ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଯୁବତୀ ଜଣକ ପ୍ରେମରେ ଏମିତି ପାଗଳ ଥିଲେ ଯେ, ତାଙ୍କ ବାହୁରେ ପ୍ରେମିକଙ୍କ ନାମର ଏକ ବଡ ଟାଟୁ କରିଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଗଲା । ତାଙ୍କ ପ୍ରେମିକ ତାଙ୍କଠାରୁ ଦୂରେଇ ଗଲେ । କେବଳ ସେତିକି ନୁହେଁ ଅନ୍ୟତ୍ର ବିବାହ ବି କରିଗଲେ । ପ୍ରେମିକଙ୍କଠୁ ଅଲଗା ହୋଇ ପୁରା ଭାଙ୍ଗି ପଡ଼ିଲେ ଯୁବତୀ । ତାଙ୍କ ପ୍ରେମିକ ତାଙ୍କୁ ପ୍ରତାରଣା କରିବେ ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ ।

ଶେଷରେ ନିଜ ହାତରେ ଉତ୍ତାରିଥିବା ଟାଟୁକୁ ସବୁଦିନ ପାଇଁ ହଟାଇବାକୁ ଚିନ୍ତା କଲେ । ଟାଟୁ ଏତେ ବଡ ଥିଲା ଯେ ଏହାକୁ ହଟାଇବା ସମ୍ଭବ ହେଲା ନାହିଁ । ଶେଷରେ ତାଙ୍କ ବାହୁକୁ ପୂରା କଳା ରଙ୍ଗ କରିବାକୁ ପଡିଲା । ଯନ୍ତ୍ରଣା ହେତୁ ଯୁବତୀଙ୍କ ଅବସ୍ଥା ଖରାପ ହୋଇଗଲା । ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।

Leave A Reply

Your email address will not be published.