ବାଲେଶ୍ୱର : ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯିବାବେଳେ ଓଲଟିଲା ଅଟୋ । ଫଳରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଆସନ୍ତାକାଲି ସରସ୍ୱତୀ ପୂଜା ଥିବାରୁ ସ୍ଥାନୀୟ ଓଲମରା ହାଇସ୍କୁଲର ୫ ଜଣ ଛାତ୍ର ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ସହ ମୂର୍ତ୍ତି ଆଣିବାକୁ ରାଇବଣିଆ ଯାଇଥିଲେ । କଣ୍ଟାବଣି ଛକ ନିକଟରେ ଅଟୋ ଆଗକୁ ଜଣେ ଛୋଟ ପିଲା ଦୌଡି ଆସିଥିଲା । ପିଲାକୁ ବଞ୍ଚାଇବାକୁ ଯାଇ ଅଟୋ ଡ଼୍ରାଇଭର ହଠାତ୍ ବ୍ରେକ ମାରିବାରୁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋ ଡାଲାରେ ବସି ଯାଉଥିବା ଦଶମ ଶ୍ରେଣୀର ଛାତ୍ର ଅଞ୍ଜନ ମହାପାତ୍ର, ଶିବ ସୁନ୍ଦର ଦାସ, ରାଜେନ୍ଦ୍ର ବେହେରା, ଶିବଶଙ୍କର ପ୍ରଧାନ ଓ ନବମ ଶ୍ରେଣୀ ଛାତ୍ର ସଞ୍ଜୟ ବେହେରା ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପର ଅଞ୍ଜନ ଓ ଶିବ ସୁନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ସହ ସେଠାରୁ ଖସି ପଳାଇଛନ୍ତି ।
BREAKING NEWS
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ
- Kotia Border Dispute:ଦଳ ମତ ନିର୍ବିଶେଷରେ କୋଟିଆ ପାଇଁ ଏକାଠି ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

Comments are closed.