Latest Odisha News

BREAKING NEWS

୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୋମବାର ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପରବର୍ତ୍ତୀ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

BjdElectrycity

ଆଏମଡିର ମିଡି ଡେ ବୁଲେଟିଂରୁ ମିଳିଥିବା ସୂଚନା ଅନୁସାରେ,  ଦକ୍ଷିଣ ଝାରଖଣ୍ଡ ଏବଂ ଆଖପାଖ ଇଲାକାରେ ସୃଷ୍ଟି ହୋଇଥିଲା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ପଶ୍ଚିମ ଝାଡଖଣ୍ଡ ଏବଂ ତତସଂଲଗ୍ନ ଉତ୍ତର ଛତିଶଗଡ ଉପରେ ଅଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ ଜିଲ୍ଳାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁସାରେ,  ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ଝାରସୁଗୁଡ଼ା, ଦେବବଡ଼, ସୋନପୁର, ଅନୁଗୁଳ ଓ ସମ୍ବଲପୁର। ଏହି ୬ ଜିଲ୍ଲାରେ ୭୦ରୁ ୨୦ ସେମି ଯାଏ ବର୍ଷା ହୋଇପାରେ ।

ଏହି ୬ ଜିଲ୍ଲା ଛଡ଼ା ବଲାଙ୍ଗୀର, ବୌଦ୍ଧ, କଟକ,ଢେ଼ଙ୍କାନାଳ,ଯାଜପୁର କେନ୍ଦ୍ରାପଡ଼ା, ଭଦ୍ରକ , ବାଲେଶ୍ଵର, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅବଶିଷ୍ଟ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ବୋଲି କହିଛନ୍ତି  ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ।

Leave A Reply

Your email address will not be published.