ନୂଆଦିଲ୍ଲୀ: ଆଜିଠୁ ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ । ଏହି ବର୍ଦ୍ଧିତ ମୂଲ୍ୟ ବାଣିଜ୍ୟିକ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର ଦାମରେ ୧୦୫ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଏହାର ଦାମ୍ ୨୦୧୨ ଟଙ୍କାକୁ ବଢ଼ିଛି ।
ଗତବର୍ଷ ଅକ୍ଟୋବର ୧ ତାରିଖରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୧୭୩୬ ଟଙ୍କା ଥିଲା । ନଭେମ୍ବରରେ ଦାମ୍ ୨୦୦୦ ଟଙ୍କାରେ ପହଞ୍ଚିଥିଲା । ଚଳିତବର୍ଷ ଜାନୁଆରୀ ଓ ଫେବ୍ରୁଆରୀରେ ଏଲପିଜି ମୂଲ୍ୟ ହ୍ରାସ ପାଇ ୧୯୦୭ ଟଙ୍କା ହୋଇଥିଲା। ଏବେ ପୁଣି ଥରେ ବଢ଼ିଛି ।
୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଘରୋଇ ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ହୋଇନି । କୁହାଯାଉଛି ୭ ତାରିଖ ପରେ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି ହୋଇପାରେ ।
ଆସନ୍ତା ୭ ତାରିଖରେ ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ତାପରେ ବଢ଼ିପାରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ । ଘରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟ ଗତବର୍ଷ ଅକ୍ଟୋବର ୬ ତାରିଖ ପରଠୁ ଅପରିବର୍ତ୍ତିତ ରହିଛି ।
Comments are closed.