Latest Odisha News

BREAKING NEWS

ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ ଅଧିକାରୀ ଶରଦ କୁମାର ଶ୍ରୀବାସ୍ତବ । ଏହା ପୂର୍ବରୁ ସେ କୋଲକାତାର ମେଟ୍ରୋ ରେଲୱେରେ ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଆଣ୍ଡ ଟେଲିକମ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଦକ୍ଷିଣ ପୂର୍ବ ରେଳପଥ ଆଦ୍ରା ଡିଭିଜନର ରେଳବାଇ ପ୍ରବନ୍ଧକ ଭାବେ ମଧ୍ୟ କାମ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି ଶରଦ ଶ୍ରୀବାସ୍ତବ |

ଗୋରଖପୁରର ମଦନ ମୋହନ ମାଲଭିୟା ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନରେ ଇଞ୍ଜିନିୟରିଂ ସ୍ନାତକ ହାସଲ କରିବା ପରେ ଶରଦ ଶ୍ରୀବାସ୍ତବ ୧୯୮୮ ମସିହାରେ ଭାରତୀୟ ରେଳବାଇରେ ଯୋଗଦାନ କରିଥିଲେ । ରେଳବାଇ ସାଙ୍କେତିକ ଓ ଟେଲି ଯୋଗାଯୋଗ କ୍ଷେତ୍ରର ରକ୍ଷଣାବେକ୍ଷଣ, ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସେ ଉଭୟ ରେଳମଣ୍ଡଳ ଓ ଜୋନାଲ ମୁଖ୍ୟାଳୟରେ ବିଭିନ୍ନ ପଦପଦବୀରେ ଦକ୍ଷତାର ସହିତ କାମ କରିଛନ୍ତି ।

ସେ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା ରିସର୍ଚ୍ଚ ଡିଜାଇନ୍ ଏବଂ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (RDSO) ରେ ସଫଳତାର ସହିତ କାମ କରିଛନ୍ତି । କୋଲକାତାର ରେଲଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେରେ ଜେନେରାଲ୍ ମ୍ୟାନେଜର/ଅପରେସନ୍ ଭାବରେ କାମ କରି ନେଟୱାର୍କ ଉତ୍ସଗୁଡ଼ିକର ଅପ୍ଟିମାଇଜେସନରେ ଭାରତୀୟ ରେଳବାଇ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଯାହା ଫଳରେ ଟ୍ରେନ ଚଳାଚଳ କ୍ଷେତ୍ରରେ ସମୟାନୁବର୍ତ୍ତିତା, ରେଳବାଇ ଭିତ୍ତିଭୂମିର ଯୋଜନାର ସଫଳ ରୂପାୟନ ହୋଇପାରିଛି |

Comments are closed, but trackbacks and pingbacks are open.