Latest Odisha News

BREAKING NEWS

ବଢିଲା କମର୍ସିଆଲ ଗ୍ୟାସ୍ ଦର : ୧୯କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା , ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛନ୍ତି  । ଆଜିଠାରୁ ୧୯ କେଜି ସିଲିଣ୍ଡରର ହାର ୨୦୯ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର  ୧୭୩୧ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩ ଟଙ୍କା ୫୦ ପଇସାକୁ  ବୃଦ୍ଧି ପାଇଛି  । ମୁମ୍ବାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୪ ଟଙ୍କା ବୃଦ୍ଧି ଘଟି ରେକର୍ଡ କରାଯାଇଛି  । ଏବଂ ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୪୮୨ ରୁ ୧୬୮୪ ଟଙ୍କାକୁ ବୃଦ୍ଧି ପାଇଛି।

ଚେନ୍ନାଇରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୩ ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ମୂଲ୍ୟ ୧୬୯୫ ରୁ ୧୮୯୮ଟଙ୍କାକୁ ବୃଦ୍ଧି ପାଇଛି। ଏକ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୦ଟଙ୍କା ହ୍ରାସ କରିଥିଲେ। ଆଜି ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ  । ଏହା ପୁରୁଣା ଦରରେ ବିକ୍ରି ହେବ ।  ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହେବାର ପ୍ରଭାବ ସିଧାସଳଖ  ହୋଟେଲ ରେଷ୍ଟୁରାଣ୍ଟ ଉପରେ ପଡିପାରେ  । ଫଳରେ  ଖାଇବା ପିଇବା ମହଙ୍ଗା ହୋଇପାରେ  ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.