Latest Odisha News

BREAKING NEWS

ଫିର୍ ଏକ ବାର୍ ମୋଦୀ ସରକାର: ବିଜେପି-୩୦୦ (ଏନଡ଼ିଏ-୩୫୦), କଂଗ୍ରେସ-୫୦ (ୟୁପିଏ-୯୧) ଆସନରେ ଆଗୁଆ

ନୂଆଦିଲ୍ଲୀ: ଦେଶରେ ଆଜି ଚାଲିଥିବା ୨୦୧୯ ସାଧାରଣ ନିର୍ବାଚନ ଭୋଟ ଗଣତିରେ ଏପର୍ଯ୍ୟନ୍ତ ବିଜେପିର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ମୋଟ ୩୫୦ଟି ଆସନରେ ଆଗୁଆ ରହିଛି ।

ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଗି ୨୭୨ଟି ଆସନ ଆବଶ୍ୟକ ରହିଥିବା ବେଳେ ଏକାକୀ ବିଜେପି ୩୦୦ଟି ଆସନରେ ଆଗୁଆ ରହିଥିବା ବେଳେ ମୋଦୀ ୨ୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ଦୃଢ ହେବାରେ ଲାଗିଛି ।

ଏନଡ଼ିଏ ୩୫୦ ଆସନରେ ଏବଂ ୟୁପିଏ ୯୧ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୫୦ଟି ଆସନରେ ଆଗୁଆ ରହିଛି ।

ଦେଶର ଅନ୍ୟ ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ଲୋକସଭା ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ୱାଇଏସଆର୍ କଂଗ୍ରେସ୨୪ଟି ଆସନରେ, ଡ଼ିଏମକେ ୨୩ଟି ଆସନରେ, ଟିଏମସି ୨୨ଟି, ଜେଡ଼ିୟୁ ୧୫, ଶିବସେନା ୧୮ଟି, ବିଜେଡ଼ି ୧୪ଟି ଏବଂ ବିଏସପି ୧୨ଟି ଆସନରେ ଆଗୁଆ ରହିଛନ୍ତି ।

Leave A Reply

Your email address will not be published.