Latest Odisha News

BREAKING NEWS

ଲକି କୂପନ ବାହାନା କରି ଠକେଇ

ମୟୂରଭଞ୍ଜ: ଲକି କୂପନ ବାହାନା କରି ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲକି କୂପନ ବାହାନା କରି ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୟୁରଭଞ୍ଜ ପୋଲିସ । ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ପୋଲିସ ଠକେଇ ଅଭିଯୋଗରେ ୬ ଜଣ ଠକକୁ ଗିରଫ କରିବା ସହ ଏକ ବୋଲେର ଗାଡି, ୭ ଟି ମୋବାଇଲ ଓ ବହୁ ଇଲେକ୍ଟ୍ରିକ ସାମଗ୍ରୀ ଜବତ କରିଛି ।

ଗତ ୧୫ ତାରିଖରେ ଝରପୋଖରିଆ ଥାନା ଅଞ୍ଚଳର ଅଭିମନ୍ୟୁ ଦାସଙ୍କୁ ୧୦୦ ଟଙ୍କା ଦେଇ ଲକି କୂପନ ନେଲେ ୨୧୦୦ ଟଙ୍କା ମୂଲ୍ୟର ଉପହାର ମିଳିବ କହି ଠକିଥିଲେ । ପରେ ତାଙ୍କ ଠାରୁ ୨୧୦୦ ଟଙ୍କା ନେଇ ୨ ଦିନ ପରେ ଉପହାର ଦିଆଯିବ କହି ଖସିଯାଇଥିଲେ ଠକ ଦଳ। ଅଭିମନ୍ୟୁଙ୍କ ଅଭିଯୋଗ କ୍ରମେ ଝରପୋଖରିଆ ପୋଲିସ ତଦନ୍ତ କରି ଏହି ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ।

 

୬ ୧୫ ୧୦୦ ୨୧୦୦

Leave A Reply

Your email address will not be published.