ନୂଆଦିଲ୍ଲୀ: ଆଜି ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ଦେଖିବାକୁ ମିଳିବ । ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ୟ୍ୟନ୍ତ ଚାଲିବ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ସମେତ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ ଏହି ଚନ୍ଦ୍ରଗ୍ରହଣ ।
ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ବୈଜ୍ଞାନିକଙ୍କ ମତରେ ଆଜି ଦୁଇ ପ୍ରକାରର ଛାଇ ସୃଷ୍ଟି ହେବ । ଗୋଟିଏ ଗାଢ଼ କଳା ରଙ୍ଗର ଛାଇ, ଯାହାକୁ ସାଧାରଣତଃ ଛାୟା କୁହାଯାଏ । ଆଉ ଗୋଟିଏ ହେଉଛି ଫିକା ରଙ୍ଗର ଛାଇ, ଯାହାକୁ କୁହାଯାଏ ଉପଛାୟା । ଉପଛାୟାରେ ଚନ୍ଦ୍ର ରହିଲେ ତାକୁ ଗ୍ରହଣ ବୋଲି ଧରାଯାଏ ।
କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାର ଅନେକ ଗୁରୁତ୍ୱ ରହିଥିବା କହିଛନ୍ତି ଜ୍ୟୋତିର୍ବିଦ । ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି । ଏହି ଗ୍ରହଣରେ ପ୍ରଭାବ ଦେବନୀତି, ପାକନୀତି ଉପରେ ପଡ଼ିବ ନାହିଁ । ଯେହେତୁ ଏହି ଗ୍ରହଣ ଏକ ଉପଛାୟା, ତେଣୁ ହାଣ୍ଡିଛାଡ଼ କରିବାର ଆବଶ୍ୟକତା ନାହିଁ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.