Latest Odisha News

BREAKING NEWS

ହୋଟେଲ୍ କରୋନା ହଟସ୍ପଟ୍ ! ଗୋଟିଏ ହୋଟେଲରୁ ୮୫ଜଣ ପଜିଟିଭ୍

ଚେନ୍ନାଇ: ହୋଟେଲ ପାଲଟିଛି କରୋନାର ହଟସ୍ପଟ୍ । ଜଣେ କି ଦୁଇ ଜଣ ନୁହେଁ ହୋଟେଲ କର୍ମଚାରୀଙ୍କୁ ମିଶାଇ ୮୫ ଜଣ କରୋନା ସଂକ୍ରମିଚତ ହେଲେଣି । ଗତ ଡିସେମ୍ବର ୧୫ତାରିଖରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । ଚେନ୍ନାଇରେ ଥିବା ଆଇଟିସି ଗ୍ରାଣ୍ଡ ଛୋଲାର କର୍ମଚାରୀଙ୍କ ସମେତ ୮୫ ଜଣ ପଜିଟିଭ୍ ବାହାରିଛନ୍ତି ।

ପ୍ରଥମେ ଜଣେ ସେଫ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ୬୦୯ ଜଣଙ୍କର ନମୁନା ସଂଗ୍ରହଣ ହୋଇଥିଲା । ସେଥିରୁ ୮୫ ଜଣଙ୍କର କୋଭିଡ୍ ପିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ହୋଟେଲକୁ ଆସୁଥିବା ସମସ୍ତ ଗ୍ରାହକଙ୍କ ଟେଷ୍ଟ ପାଇଁ କହିଛି ଗ୍ରେଟର ଚେନ୍ନାଇ କର୍ପୋରେସନ୍ ।

ଡିସେମ୍ବର ୧୫ ତାରିଖରେ ପ୍ରଥମ ପଜିଟିଭ୍ କେସ୍ ସାମନାକୁ ଆସିଥିଲା । ଏହାପରେ ବଢ଼ିଥିଲା ସଂଖ୍ୟା । ଗତ ଡିସେମ୍ବର ୩୧ତାରିଖରେ ୧୬ ଜଣ ଓ ଜାନୁଆରୀ ୧ତାରିଖରେ ୧୩ ଜଣ ସଂକ୍ରମିତ ହୋଇଥିଲେ । କର୍ମଚାରୀ ଓ ସେମାନଙ୍କ ପରିବାରକୁ ମିଶାଇ ୬୦୯ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା ।

Leave A Reply

Your email address will not be published.