Latest Odisha News

BREAKING NEWS

ରାହୁଲଙ୍କ ଏମ ମନ୍ତବ୍ୟ ନେଇ ବିଜେପି ମୁହଁ ଖୋଲିଲା, ଏମରେ ମାହାତ୍ମା ଗାନ୍ଧୀ, ମୋତିଲାଲ ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମ୍ୟାନାମାର ବିବାଦ ପ୍ରସଙ୍ଗରେ ସେ କହିଥିଲେ ମୁଁ ବୁଝିପାରୁନି ସବୁ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରେ ଆରମ୍ଭ । ଏପରି କି ସେ କେତେକ ଶାସକଙ୍କ ନାମ ମଧ୍ୟ ଦେଇଥିଲେ । ତେବେ ଏହି ମନ୍ତବ୍ୟ ନେଇ ସେ ଅଡୁଆରେ ପଡି ଯାଇଛନ୍ତି ।

ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏଥିନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏମରେ ମୋହନଦାସ ବି ଥିଲେ, ସାବରମତୀର ସନ୍ଥ ଏବଂ ଅହିଂସାର ପୂଜାରୀ । ଭାରତ ମାଟି ଅନ୍ୟଠାରୁ ଅଲଗା ଏଠି ଏକଚ୍ଛତ୍ରବାଦ ଶାସକ ନୁହେଁ ବୁଦ୍ଧ, ମହାବୀରଙ୍କ ପରି ଶାନ୍ତିପ୍ରିୟ ଜନ୍ମ ନେଇଥାନ୍ତି । ତୁମେ ଏ ସବୁ ବୁଝିପାରିବ ନାହିଁ । ରାହୁଲ ନିଜ ଟୁଇଟ ନେଇ ଫସି ଯାଇଛନ୍ତି । ଏବେ ଏହା ଟ୍ରୋଲ ହେବାରେ ଲାଗିଛି ।

Leave A Reply

Your email address will not be published.