Latest Odisha News

BREAKING NEWS

ଆସନ୍ତା ୨୯ ତାରିଖରୁ ଖୋଲିବ ମାଆ ବିରଜାଙ୍କ ମନ୍ଦିର

ଯାଜପୁର: ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଭକ୍ତଙ୍କ ଗହଳି ଏଡାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ । ତାପରେ ସର୍ବସାଧାରଣ ଦର୍ଶନ ପୁଣି ଚାଲିବ । କୋଭିଡ୍ କଟକଣାରେ ଭିତରେ ମାଆଙ୍କ ଦର୍ଶନ ଚାଲିବ । ଦୀର୍ଘ ୯ ମାସ ପରେ ମାଆଙ୍କୁ ଦର୍ଶନ କରିବେ ଭକ୍ତ । କରୋନା ମହାମାରୀ ଯୋଗୁ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ ।

Leave A Reply

Your email address will not be published.