ବାଲେଶ୍ଵର : ପ୍ରତ୍ୟେକ ସ୍ଥାନରେ ଜଣେ ଜଣେ ପ୍ରତ୍ୟକ୍ଷ ଦେବୀ ଥାଆନ୍ତି। ଯିଏକି ସମଗ୍ର ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ସେହିପରି ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା କନକ ଦୁର୍ଗା । ମାଙ୍କୁ ନେଇ ଅନେକ ଲୋକକଥା ରହିଛି ଆସିଛି।
କୁହାଯାଏ, ୧୯୪୩ ମସିହାରେ ଉକ୍ତ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା । ଯେଉଁଆଡ଼େ ଚାହିଁଲେ ଖାଲି କୁଢ଼କୁଢ଼ ଶବ । କେମିତି ଏହି ବିପଦରୁ ମୁକ୍ତି ମିଳିବ ସେନେଇ ଲୋକେ ବେଶ ଚିନ୍ତିତ ଥିଲେ । ବିପଦ ସମୟରେ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତି ସ୍ବର୍ଗତ ମୁରଲୀ ମୋହନ ଦାସଙ୍କୁ ମା’ କନକ ଦୁର୍ଗାଙ୍କୁ ପୂଜା କରିବା ପାଇଁ ସ୍ବପ୍ନରେ ନିର୍ଦ୍ଦେଶ ହୋଇଥିଲା । ମା’ଙ୍କ ମୂର୍ତ୍ତି କେବଳ ସୁନେଲି ରଙ୍ଗରେ ହେବ ବୋଲି ସ୍ଵପ୍ନାଦେଶ ରହିଥିଲା। ସେବେଠାରୁ ଆଜି ଯାଏଁ ମା ଙ୍କ ମୂର୍ତ୍ତିରେ ରଙ୍ଗ ପରିବର୍ତ୍ତନ ହୋଇନାହିଁ। ଚଳିତ ବର୍ଷ ମଧ୍ୟ ମା ଙ୍କ ମଣ୍ଡପରେ ଆରମ୍ଭ ହୋଇଛି ମହା ସପ୍ତମୀ ପୂଜା। ଚକ୍ଷୁଦାନ ସହ ଚଣ୍ଡି ପାଠରେ କମ୍ପି ଉଠୁଛି ପୂଜା ମଣ୍ଡପ । ପୂର୍ବ ବର୍ଷ ଭଳି ଏଇ ବର୍ଷ ମଧ୍ୟ ବିନା ଭକ୍ତ ରେ ହେଉଛି ପୂଜା। ତେବେ ନିଆରା ପୂଜା କନକ ଦୁର୍ଗାଙ୍କୁ ଏଥର ଦର୍ଶନ କରିବାର ଶ୍ରଦ୍ଧାଳୁ ସୁଯୋଗ ପାଉନଥିବାରୁ ମନରେ ଟିକେ କଷ୍ଟ ଦେଖିବାକୁ ମିଳିଛି ।
Comments are closed.