Latest Odisha News

BREAKING NEWS

ମାଲକାନଗିରିରେ ବିବାହିତା ମହିଳା ଓ ପ୍ରେମିକକୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି-୪୭ ଗ୍ରାମରେ ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକକୁ ଗ୍ରାମବାସୀମାନେ ନିସ୍ତୁକ ପିଟିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଏବେ ସୋସିଆଲ୍ ମିଡିଆରେ ସେମାନଙ୍କୁ ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ରାତିରେ ଉକ୍ତ ବିବାହିତା ମହିଳା ଓ ତାଙ୍କ ପ୍ରେମିକକୁ ଗ୍ରାମବାସୀମାନେ ଶୁକ୍ରବାର ରାତିରେ ଅସଂଯତ ଭାବେ ଠାବ କରିବା ପରେ ଦୁହିଁଙ୍କୁ ନିକଟସ୍ଥ ଏକ ଖୁଣ୍ଟରେ ବାନ୍ଧି ଗାଁ ଲୋକେ ସେମାନଙ୍କୁ ନିସ୍ତୁକ ପିଟିଥିଲେ।

ଆହୁରି ମଧ୍ୟ ଏମଭି-୮୩ ଗ୍ରାମର ଜଣେ ଯୁବକ ଏମଭି-୪୭ ଗ୍ରାମକୁ ଯିବାଆସିବା କରୁଥିଲା । ଏହି ସମୟରେ ଉକ୍ତ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ତା’ର ଅନୈତିକ ସମ୍ପର୍କ ଗଢିଉଠିଥିଲା ବୋଲି ସୁତ୍ରରୁ ପ୍ରକାଶ ।

ତେବେ ମୋଟୁ ଥାନାର ଜଣେ ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣା ସମ୍ପର୍କରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବ ଏବଂ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିମାନଙ୍କ ବିରୋଧର କଡା ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.