Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ

ମୁମ୍ବାଇ: କ୍ରିକେଟ ଓ ବଲିଉଡର ପ୍ରେମ ସମ୍ପର୍କ ବହୁ ପୂରୁଣା । ବିଶେଷ କରି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ଷ୍ଟାର କ୍ରିକେଟର ବାରମ୍ବାର ପଡିଥାନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସେ ସମ୍ପର୍କରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ପ୍ରେମ କିନ୍ତୁ ଶେଷରେ ଦିଶାହୀନ ହୋଇ ପଡିଥିଲା । ଏକ ବିଜ୍ଞାପନ ଶୁଟିଂ ଅବସରରେ ଉଭୟ ନିକଟତର ହୋଇଥିଲେ । ବିବାହ ପାଇଁ ଜାଡେଜା ଜିଦ ଧରିଥିଲେ । ତେବେ ଜାଡେଜାଙ୍କ ରାଜ ପରିବାର ପରିବାର ମାଧୁରୀଙ୍କୁ ଏତେଟା ପସନ୍ଦ କରୁ ନ ଥିଲେ । ଏହା ପରେ ଜାଡେଜା ପ୍ରଦର୍ଶନ ଖରାପ ହେବାରେ ଲାଗିଲା । ଉଭୟ ପରିବାର ମଧ୍ୟରେ ସମାଧାନର ରାସ୍ତା ବାହାରିବାକୁ ଯାଉଥିବା ବେଳେ ଜାଡେଜା ମ୍ୟାଚ ଫିକ୍ସିଂରେ ଧରା ପଡିଥିଲେ ।

୧୯୯୯ରେ ବିସିସିଆଇ ତାଙ୍କ ଉପରେ ୫ ବର୍ଷ ବାସନ୍ଦ ଲଗାଇଥିଲେ । ଅବଶ୍ୟ ପରେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରତିବନ୍ଧ ହଟେଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେତେବେଳକୁ ବହୁତ ଡେରୀ ହୋଇ ଯାଇଥିଲା । ଏହି ସମୟ ମଧ୍ୟରେ ମାଧୁରୀ ଓ ଡାକ୍ତର ଶ୍ରୀରାମ ନେନେଙ୍କ ସମ୍ପର୍କ ବହୁତ ଆଗକୁ ପଳାଇ ଯାଇଥିଲା । ଏହା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଜାଡେଜା ମଧ୍ୟ ରାଜନେତା ଜୟା ଜେଟଲୀଙ୍କ ଝିଅ ଅଦିତି ଜେଟଲୀଙ୍କୁ ବିବାହ କରି ଶାନ୍ତିରେ ଚଳୁଛନ୍ତିି ।

Leave A Reply

Your email address will not be published.