Latest Odisha News

BREAKING NEWS

ଏହି ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ: କରୋନା ମହାମାରୀର କରାଳ ରୂପ ନେଇ ଆସୁଥିବା ଓମିକ୍ରନ ଭାରିଏଂଟକୁ ରୋକିବା ପାଇଁ ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ କଡାକଡି ଭାବେ ଲାଗୁ କରାଯିବ । ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ କେହି ଘରୁ ବାହାରି ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରୀ କରାଯାଇଛି ।

ମଧ୍ୟପ୍ରଦେଶରେ ଓମିକ୍ରନ ପାଦ ଥାପି ନ ଥିବା ବେଳେ ସରକାର ପୂର୍ବରୁ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି । କଟକଣା ମଧ୍ୟରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗୁରୁବାର ରାତିରୁ ଏହି କର୍ଫ୍ୟୁ ଲାଗୁ କରାଯିବ ।

Leave A Reply

Your email address will not be published.