Latest Odisha News

BREAKING NEWS

ଆଇପିଏଲ: ହାଇଦ୍ରାବାଦ ସହ ଯୋଡି ହେଲେ ଲାରା, ଷ୍ଟେଇନ, କାଟିଚ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଲାରା ପ୍ରଥମ ଥର ପାଇଁ ଆଇପିଏଲରେ ଯୋଡି ହେବେ । ଭିଭିଏସ ଲକ୍ଷ୍ମଣ ଏନସିଏ ଦାୟିତ୍ୱରେ ଥିବାରୁ ତାଙ୍କ ସ୍ଥାନରେ ଲାରାଙ୍କୁ ସାମିଲ କରାଯାଇଛି । ଦକ୍ଷିଣ ଆଫ୍ରିକାର ପେସ ବୋଲର ଡେଲ ଷ୍ଟେଇନଙ୍କୁ ବୋଲିଂ କୋଚ ଏବଂ ସାଇମନ କାଟିଚ ସହକାରୀ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଟମ ମୁଡି ମୁଖ୍ୟ କୋଚ ଦାୟିତ୍ୱ ପୂର୍ବ ଭଳି ତୁଲାଇବେ ।

ମୁଥୟା ମୁରଲୀଧୀନ ସ୍ପିନ ବୋଲିଂ କୋଚ ଏବଂ ହେମାଙ୍ଗ ବଦାନୀ ଫିଲ୍ଡିଂ କୋଚ ହେବେ । ୨୦୨୧ ସଂସ୍କରଣରେ ହାଇଦ୍ରାବାଦ ନୈରାଶ୍ୟଜନକ ପ୍ରଦର୍ଶନ କରି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା ।

Leave A Reply

Your email address will not be published.