ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ସାଧାରଣ ଜନତାଙ୍କୁ ସୁହାଇଲା ଭଳି ଏକ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଲକଡାଉନ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ମେ, ଜୁନ୍ ଓ ଜୁଲାଇରେ ବିଦ୍ୟୁତ ବିଲର ଅଧା ପରିମାଣ ପୈଠ କରିବେ । ବକେୟା ୨୨୫ କୋଟି ଟଙ୍କା ସରକାର ଭରଣା କରିବେ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଏହି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । କରୋନା ସଂକ୍ରମଣ ଯୋଗୁ ଭାରତ ଅର୍ଥନୀତି ଦୋହଲି ଯାଇଛି । ତେବେ ଏ ସବୁ ସତ୍ୱେ ସାଧାରଣ ଜନତାଙ୍କ କଥା ବୁଝିବା ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି ।
Comments are closed.