Latest Odisha News

BREAKING NEWS

ଆସନ୍ତୁ ଖାଇବେ ମାସ୍କ ପରାଠା

ମାଡ୍ରାସ:କରୋନା ମହାମାରୀରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବସ୍ତୁ ହେଉଛି ମାସ୍କ । ତାମିଲନାଡୁର ମଦୁରାଇ ଅଂଚଳର ଏକ ହୋଟେଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଶୈଳୀ ଆପଣାଇଛି । ଏହି ହୋଟେଲରେ ମାସ୍କ ଶୈଳୀରେ ଲୋଭନୀୟ ପରାଠା ପ୍ରସ୍ତୁତ କରାଯାଉଛି । ଯାହାକି ବେଶ୍ ଗ୍ରହଣୀୟ ହେଉଛି । ହୋଟେଲ ମାଲିକଙ୍କ କହିବା ଅନୁସାରେ ଗ୍ରାହକଙ୍କୁ ଆମେ ଖାଦ୍ୟ ସହ ମାସ୍କ ପିନ୍ଧିବା ପାଇଁ ସଚେତନତା ସୃଷ୍ଟି କରୁଛି ।

ଏହି ମାସ୍କ ପରାଠା ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହି ପରାଠା ପ୍ଲେଟର ମୂଲ୍ୟ ପଚାଶ ଟଙ୍କା ରଖାଯାଇଛି । ଏହା ସହିତ ଚଟନୀ ଓ ତରକାରୀ ଦିଆଯାଉଛି । ପରାଠା ପରେ ଦୋଷା ଏବଂ ଅନ୍ୟ ଦକ୍ଷିଣ ଭାରତ ଖାଦ୍ୟକୁ ମାସ୍କ ରୂପ ଦେବା ପାଇଁ ଚେଷ୍ଟା କରୁଛି ବୋଲି ହୋଟେଲ ମାଲିକଜଣଙ୍କ କହିଛନ୍ତି ।

Leave A Reply

Your email address will not be published.