Latest Odisha News

ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର, ମଗଜି ଲଡୁକୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର। ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଲା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି ।

୨୦୨୦ରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଚେନ୍ନାଇରେ ଦରଖାସ୍ତ ପଞ୍ଜୀକୃତ କରାଯାଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା।

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ। ପିଢି ପରେ ପିଢି ଏହି ମିଠା ପ୍ରସ୍ତୁତ କରାଯାଉଛି।

ଉଲ୍ଲେଖଯୋଗ୍ୟ, ମଗଜି ଲଡୁ ପୂର୍ବରୁ ଗଜପତିର ଖଜୁରୀ ଗୁଡ଼, ମୟୂରଭଞ୍ଜର କାଇ ଚଟଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍‌, କୋରାପୁଟର କଳାଜିରା ଧାନ, ଲାଞ୍ଜିଆ ସୌରା ଚିତ୍ରକଳାକୁ ମଧ୍ଯ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିସାରିଛି।

Comments are closed.