ନୂଆଦିଲ୍ଲୀ: ସକାଳୁ ସକାଳୁ ଥରିଲା ତାଇୱାନ । ବଡ ଧରଣରେ ଭୂକମ୍ପରେ ଥରିଛି ତାଇୱାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା । ତାଇୱାନର ୟୁଜିଙ୍ଗ ସହରଠାରୁ ୧୨ କିଲୋମିଟର ଉତ୍ତରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଭୂକମ୍ପରେ ୧୫ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ କ୍ଷୟକ୍ଷତି ଆକଳନ କରୁଛନ୍ତି ଉଦ୍ଧାରକାରୀ ଦଳ ।
ସୂଚନା ଅନୁସାରେ, ଆଜି ସକାଳେ, ଭାରତୀୟ ସମୟ ପ୍ରାୟ ୧.୩୦ ସମୟରେ ତାଇୱାନରେ ଏକ ବଡ ଧରଣର ଭୂକମ୍ପ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ଭୂକମ୍ପକୁ ନିଶ୍ଚିତ କରିଛି । ତାଇୱାନର ଅଗ୍ନିଶମ ବିଭାଗ ଅନୁଯାୟୀ, ଭୂମିକମ୍ପରେ ୧୫ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂମିକମ୍ପ ଯୋଗୁଁ ଝୁୱେଇ ସେତୁ କ୍ଷତିଗ୍ରସ୍ତ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୨୦୨୩ ରେ ତାଇୱାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ହୁଆଲିଏନ୍ ସହରରେ ପ୍ରାୟ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୧୩ ଜଣ ପ୍ରାଣ ହରାଇଥିଲେ । ଏକ ହଜାରରୁ ଅଧିକ ଆହତ ହୋଇଥିଲେ।
Comments are closed.