Latest Odisha News

BREAKING NEWS

ଚାଲିଛି ସରକାରୀ କୁମ୍ଭ; ଅସଲି ମହାକୁମ୍ଭ ମାଘ ଅମାବାସ୍ଯାରୁ ସରିଲାନି: ଶଙ୍କରାଚାର୍ଯ୍ୟ

ପ୍ରୟାଗରାଜ: ମହାଶିବରାତ୍ରିରେ ଅନ୍ତିମ ସ୍ନାନ ସହିତ ମହାକୁମ୍ଭ ସମାପନ ହୋଇଛି। ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ।

ସେ କହିଛନ୍ତି ଯେ ଅସଲି ମହାକୁମ୍ଭ ପୂର୍ବରୁ ସମାପ୍ତ ହୋଇସାରିଛି। ଆଉ ଏବେ ଯାହା ଚାଲିଥିଲା ତାହା ଏକ ‘ସରକାରୀ କୁମ୍ଭ’। ପ୍ରକୃତ କୁମ୍ଭ ମାଘ ମାସରେ ହୋଇଥାଏ। ମାଘ ମାସର ପୂର୍ଣ୍ଣିମା ସରିବା ପରେ କୁମ୍ଭରେ ଉପସ୍ଥିତ କଳ୍ପବାସୀମାନେ ମଧ୍ଯ ଫେରି ଯାଇଛନ୍ତି। ଜ୍ୟୋର୍ତିମଠ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାକୁମ୍ଭ କାର୍ଯ୍ୟକ୍ରମକୁ ଏକ ସରକାରୀ କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରିଛନ୍ତି।

ତେବେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ଶେଷ ହୋଇଯାଇଛି। ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ଏହି ମେଳାରେ ୬୬.୩୦ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଥିଲେ। ସେହିପରି ପ୍ରତ୍ୟେକ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଉ ଶେଷ ସ୍ୱତନ୍ତ୍ର ସ୍ନାନ ପାଇଁ ପ୍ରୟାଗରାଜ ଜନସମୁଦ୍ର ପାଲଟି ଯାଇଥିଲା।

Comments are closed.