Latest Odisha News

BREAKING NEWS

ମହାକୁମ୍ଭରେ ଆକାଶ ମାର୍ଗରୁ ଫୁଲ ବର୍ଷା, ଦେଖନ୍ତୁ ଭିଡିଓ… 

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ର ଅନ୍ତିମ ଅମୃତ ସ୍ନାନ ତଥା ବସନ୍ତ ପଞ୍ଚମୀ ଅବସରରେ ସଙ୍ଗମ କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା।

ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ଆଖଡ଼ାମାନେ ସେମାନଙ୍କର ଅମୃତ ସ୍ନାନ ଜାରି ରଖିଥିବା ସମୟରେ ସକାଳ ୬ଟା ୩୦ମି.ରୁ ପୁଷ୍ପବୃଷ୍ଟି ଆରମ୍ଭ ହୋଇଥିଲା। ଗୋଲାପ ପାଖୁଡ଼ାର ବର୍ଷା ଦେଖି ସଙ୍ଗମ କୂଳରେ ଉପସ୍ଥିତ ନାଗା ସନ୍ୟାସୀ, ସନ୍ଥ ଏବଂ ଭକ୍ତମାନେ ଅଭିଭୂତ ହୋଇ ଜୟ ଶ୍ରୀ ରାମ ଏବଂ ହର ହର ମହାଦେବ ଉଚ୍ଚାରଣ କରିଥିଲେ।

ତେବେ ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ ବିଭାଗ ମହାକୁମ୍ଭ ମେଳାରେ ସ୍ନାନ ଉତ୍ସବ ଅବସରରେ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରିବା ପାଇଁ ବହୁତ ଦିନ ଧରି ପ୍ରସ୍ତୁତି କରିଆସୁଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବରେ ଗୋଲାପ ପାଖୁଡାର ବ୍ୟବସ୍ଥା କରାଯାଇଥିଲା।

ଅପରପକ୍ଷରେ ମହାକୁମ୍ଭର ସମସ୍ତ ସ୍ନାନ ସ୍ଥଳୀଗୁଡ଼ିକରେ ପୁଷ୍ପ ବର୍ଷା କରାଯାଇଛି। ସ୍ନାନ ସ୍ଥଳୀ ପାଇଁ ପ୍ରାୟ ୨୦କ୍ୱିଣ୍ଟାଲ ଗୋଲାପ ପାଖୁଡ଼ାର ବ୍ୟବସ୍ଥା କରାଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

Comments are closed.