Latest Odisha News

BREAKING NEWS

ଧରାବତରଣ କଲେ ମହାମାୟା, ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା

ଭୁବନେଶ୍ଵର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀରେ ସନ୍ଧ୍ୟାରେ ପୂଜା ମଣ୍ଡପ ପରିସରରେ ଥିବା ବେଲ ଗଛ ମୂଳେ ବିଲ୍ୱବରଣୀ ପାଇଁ ପୂଜାର୍ଚ୍ଚନା କରାଯାଇ ମାଆଙ୍କୁ ଆବାହନ କରାଯାଇଥିଲା ।

ଆଜି ଭୋରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇଛି । ଏହାସହିତ ଆରମ୍ଭ ହୋଇଛି ସପ୍ତମୀର ବିହିତ ପୂଜା । ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ମଙ୍ଗଳବାର ଦଶମୀରେ ପୂଜା ଅନୁଷ୍ଠିତ ହେବ ।

ମାଙ୍କ ପୂଜାକୁ ନେଇ ଉତ୍ସବ ମୂଖର ଗାଁ ଠାରୁ ସହର । ତେବେ ସମସ୍ତ ଶକ୍ତିପୀଠ ଗୁଡିକରେ  ମାଙ୍କ ଦର୍ଶନ ପାଇବା ପାଇବା ପାଇଁ କୋଣ ଅନୁକୋଣରୁ ଆସିଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସେପଟେ ଶକ୍ତିପୀଠ ଗୁଡିକରେ ମାଆଙ୍କ ଆରାଧନା ପରେ ଶାରଦୀୟ ରୀତିନୀତି ଚାଲିଛି ପୂଜା । ପୂଜାମଣ୍ଡପରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ପୂଜା କମିଟି । ପୂଜାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

Leave A Reply

Your email address will not be published.