Latest Odisha News

କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ । ବୈଷୟିକ କାରଣରୁ ଉତକ୍ଷେପଣର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ ରଖିଲା ଇସ୍ରୋ । ପୂର୍ବରୁ ପାଣିପାଗ ଅନୁକୂଳ ନଥିବାରୁ ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଏବଂ ତା’ପରେ ବୈଷୟିକ କାରଣରୁ ଉତକ୍ଷେପଣକୁ ସ୍ଥଗିତ କରିଛି ଇସ୍ରୋ । ଏହାପରେ ପୁନଃ ନିର୍ଦ୍ଧାରିତ ସମୟ ଅର୍ଥାତ ଦିନ ୧୦ଟାରେ ଉତକ୍ଷେପଣ କାଉଣ୍ଟ ଡାଉନ ଆରମ୍ଭହେବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।

ପୂର୍ବରୁ ସକାଳ ୮ଟାରେ ଗଗନାୟାନ ଉତକ୍ଷେପଣ ହେବାକୁ ଥିଲା । ଏହାପରେ ଏହାର ସମୟ ପରିବର୍ତ୍ତନ କରାଯାଇ ୮.୩୦ରେ ଉତକ୍ଷେପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଠିକ୍‌ ସମୟରେ ଇଞ୍ଜିନ୍‌ ଇଗ୍ନିସନ ହୋଇ ପାରିନଥିଲା । ଏଣୁ ୫ ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ ପରୀକ୍ଷା କରାଯାଇଥାନ୍ତା । କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକଶକୁ ଯିବା ପାଇଁ ନିର୍ମାଣ କରାଯାଇଛି । ତେବେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହେବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀ ବୟୁମଣ୍ତଳ ଭଳି ପରିବେଶ ମଧ୍ୟ ରହିବ । ତେବେ ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ଫେରାଇ ଆଣିପାରିବ । ଆଜି ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିବ ମାନବ ବିହୀନ କ୍ରୁ ମଡ୍ୟୁଲ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ରହିଛି ଲକ୍ଷ୍ୟ ।

Leave A Reply

Your email address will not be published.