Latest Odisha News

BREAKING NEWS

ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଷଷ୍ଠ ଦିନ ପୂଜାରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀଙ୍କ ପୀଠ । ସକାଳ ସମୟରେ ପହଡ଼ ଖୋଲିବା ପରେ ମା’ଙ୍କର ସକାଳ ରୀତିନୀତି ଅନୁଯାୟୀ ପୂଜା ଶେଷ ହୋଇଥିଲା । ପରେ ମା’ ମହାସରସ୍ଵତୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ସେହିପରି ମା’ ଭଦ୍ରକାଳୀ ବୁଧବାର ସପ୍ତମ ଦିବସ ତଥା ଶେଷ ଦିନରେ ଶ୍ରଦ୍ଧାଳୁଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ । ମା’ଙ୍କୁ ମହା ସରସ୍ଵତୀ ବେଶରେ ଦର୍ଶନ କଲେ ଜ୍ଞାନ ପ୍ରାପ୍ତି ହୋଇଥାଏ । ପରିବାରର ମଙ୍ଗଳ ହେବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

Comments are closed.