ଓଡ଼ିଶା ସମ୍ବାଦ ବ୍ୟୁରୋ : ଭଗବାନଙ୍କ ନିକଟରେ ଆସ୍ଥା ଓ ବିଶ୍ୱାସ । ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଲୋକଙ୍କ ବିଶ୍ୱାସ ବଢିଯାଏ । ଆଉ ସେଠି ଧର୍ମସ୍ଥାନ ହୋଇଥିଲେ ସେଠାରେ ଶ୍ରଦ୍ଧା ବି ଯୋଡି ଯାଏ । ପ୍ରତିଦିନ ଏମିତିକ କିଛି ନା କିଛି ଘଟଣା ସମାନାକୁ ଆସିଥାଏ । ଯାହାକି ଆସ୍ଥା ବୋଲି ଆମେ ମାନୁଥିବା ବେଳେ କିଛି ଲୋକ ଅନ୍ଧବିଶ୍ୱାସ କି କିଛି ରହସ୍ୟ ବୋଲି କହିଥାନ୍ତି । ହେଲେ କିଛି ଚମତ୍କାର ଆମ ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଆମେ ଜାଣିପାରୁନେ । ଏମିତି ଏକ ରହସ୍ୟମୟ ଘଟଣା ଦେଖିବା । ବିଭିନ୍ନ ମଠ ମନ୍ଦିର ହେଉ । ସବୁଠି କିଛି ନା କିଛି ରହସ୍ୟ ରହିଛି । ସେମିତି ଏହି ବୁଢା ନୀଳକଣ୍ଠ ମନ୍ଦିର । କାଠମାଣ୍ଡୁ ମଧ୍ୟରୁ ୧୦ କିଲୋମିଟର ଦୂରରେ ରହିଛି ମହାଦେବଙ୍କ ମନ୍ଦିର । ଆଉ ମନ୍ଦିରରେ କେବଳ ହିନ୍ଦୁ ମାନଙ୍କ ପ୍ରବେଶ ଅନୁମତି ରହିଛି । ଅନ୍ୟ ଧର୍ମର କୌଣସି ଲୋକକୁ ଅନୁୂମତି ଦିଆଯାଏନାହିଁ । ଏହାର ପ୍ରବେଶ ଦ୍ୱାରରେ ବିଶାଳ ଜଳକୁଣ୍ଡ ରହିଛି । ଯେଉଁଠି ଭଗବାନ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ରହିଛି ପ୍ରତିମା ।ମୂର୍ତ୍ତିର ଲମ୍ବା ୫ ମିଟର ହୋଇଥିବା ବେଳେ ପ୍ରତିମାରେ ଲାଗିଛି ଚାନ୍ଦିି । ବିଶ୍ରାମ ସମୟରେ ରହିଥିବା ମୂର୍ତ୍ତିର ରହସ୍ୟ ଅନେକ । ତେବେ ଏହି ଜଳକୁଣ୍ଡ ମହାଦେବଙ୍କ ତ୍ରିଶୂଳରୁ ହୋଇଥିବା କୁହନ୍ତି ଲୋକେ । ଏନେଇ ତାର ନା ବୁଢା ନୀଳକଣ୍ଠ ହୋଇଛି ।ସବୁଠାରୁ ବଡ଼ ରହସ୍ୟ ହେଉଛି ପାଣିରେ ଶୟନ ଅବସ୍ଥାରେ ରହିଥିବା ବିଷ୍ଣୁଙ୍କ ମୂର୍ତ୍ତି କିନ୍ତୁ ପାଣିରେ ମହାଦେବଙ୍କ ପ୍ରତିମା ପ୍ରତୀୟମାନ ହୋଇଥାଏ । ଲୋକଙ୍କ ବିଶ୍ୱାସ ଶ୍ରାବଣ ମାସରେ ଏଠାରେ ବିଷ୍ଣୁଙ୍କ ମୂର୍ତ୍ତିର ଚିତ୍ର ପାଣିରେ ଦେଖିଲେ ମହାଦେବ ହିଁ ପ୍ରତୀୟମାନ ହୋଇଥାନ୍ତି । ଲୋକଙ୍କର ରହିଛି ଅଗାଧ ବିଶ୍ୱାସ । ହେଲେ ବିଷ୍ଣୁ ଓ ମହାଦେବଙ୍କ ପ୍ରତିମା ନେଇ ଥିବା ରହସ୍ୟ କିନ୍ତୁ କାହାକୁ ଜଣା ନାହିଁ ।
Comments are closed.