Latest Odisha News

BREAKING NEWS

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ କମ୍ପିଥିଲା ଗଗନପବନ । ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର ୫ଟା ୨୦ରେ ପ୍ରଭୁ ଲୋକନାଥ ଙ୍କ ମହାଦୀପ ଉଠିଥିଲା ।

BjdElectrycity

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ବୁଧବାର ରାତି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ସହ ଗୁରୁବାର ଭୋର ୪ଟାରେ ଆରମ୍ଭ ହୋଇଥିଲା ସର୍ବସାଧରଣ ଦର୍ଶନ । ପରେ ମହାଦୀପ ଉଠିବା ସହ ପବିତ୍ର ଜାଗର ଯାତ୍ରା ସମାପନ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚଳିତବର୍ଷ କୋଭିଡ୍ ପାଇଁ ମନ୍ଦିର ଗମ୍ଭୀରା ଭିତରେ ପ୍ରଭୁଙ୍କ ଦର୍ଶନକୁ ବାରଣ କରାଯାଇଥିଲା ।

Leave A Reply

Your email address will not be published.