ଭଦ୍ରକ: ଶେଷ ହୋଇଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ମା’କାଳୀ ଶ୍ରଦ୍ଧାଳୁ ମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ।
ଶେଷ ଦିନରେ ମା’ ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା’ ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ ରହିଛନ୍ତି । ମହାଲକ୍ଷ୍ମୀ ବେଶ ଧାରଣ କଲେ ଧନ-ଧାନ୍ୟରେ ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି । ଏହି ଅବସରରେ ଆୟୋଜିତ ବିଶ୍ୱ ଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ ହୋଇଛି । କୋଭିଡ଼ କଟକଣା ପାଇଁ ଏଥର ମଧ୍ୟ ପ୍ରସାଦ ସେବନକୁ ବନ୍ଦ ରଖାଯାଇଛି ।
Comments are closed.