ପ୍ରୟାଗରାଜ: ସଙ୍ଗମ ନଗରୀରେ ଅନୁଷ୍ଠିତ ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଉଥିବା ନଜର ଆସିଛନ୍ତି । ୪୫ ଦିନ ବ୍ୟାପୀ ମହାକୁମ୍ଭରେ ୪୦ କୋଟିରୁ ଅଧିକ ଲୋକ ସ୍ନାନ କରିବା ନେଇ ଆକଳନ ହୋଇଛି । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ମହାକୁମ୍ଭ ପ୍ରସ୍ତୁତି ଠାରୁ ଗଙ୍ଗା ସ୍ନାନ ପର୍ଯ୍ୟନ୍ତ ଫଟୋ ସେୟାର କରିବା ପାଇଁ ଭାରତୀୟ ସାଟେଲାଇଟ୍ ବ୍ୟବହାର କରିଛି । ଏହି ଫଟୋ ଗୁଡ଼ିକରେ ମହାକୁମ୍ଭର ମହିମା ସ୍ପଷ୍ଟ ଭାବରେ ଦେଖାଯାଉଛି । ହଜାର ହଜାର ତମ୍ବୁ ଏବଂ ପିପେ ସେତୁ ମଧ୍ୟ ଦୃଶ୍ୟମାନ ହେଉଛି।
ମହାକୁମ୍ଭର ଫଟୋଗୁଡ଼ିକୁ ସାଟେଲାଇଟ୍ରୁ ଉଠାଯାଇଥିବା ପୁରୁଣା ଫଟୋ ସହିତ ତୁଳନା କରାଯାଉଛି । ଏହି ଫଟୋଗୁଡ଼ିକ ଆରଆଇଏସଏଟି ୧ଏ ରୁ ଉଠାଯାଇଛି । ଏଥିରେ ମହାକୁମ୍ଭ ଆରମ୍ଭ ପୂର୍ବରୁ ଏବଂ ମହାକୁମ୍ଭ ଆରମ୍ଭ ପରରର ଫଟୋ ଗୁଡିକ ଅନ୍ତର୍ଭୁକ୍ତ ।
୬ ଏପ୍ରିଲ ୨୦୨୪ରେ, ପ୍ରୟାଗରାଜର ସଙ୍ଗମସ୍ତଳୀ ନିର୍ଜନ ଦେଖାଯାଉଥିବାବେଳେ, ୨୨ ଡିସେମ୍ବର ୨୦୨୪ର ଫଟୋରେ, ମହାକୁମ୍ଭ ପାଇଁ ପ୍ରସ୍ତୁତି ଚାଲିଛି । ମହାକୁମ୍ଭର ପ୍ରକୃତ ଝଲକ ୧୦ ଜାନୁଆରୀ ୨୦୨୫ର ଫଟୋରେ ଦେଖାଯାଉଛି ।
ମହାକାଶରୁ ଉଠାଯାଇଥିବା ଏହି ଫଟୋଗୁଡ଼ିକରେ, ଭାରତର ମାନଚିତ୍ର ସହିତ ଶିବାଲିକ୍ ପାର୍କ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ମହାକୁମ୍ଭ ପାଇଁ, ୟୁପି ସରକାର ୪ ମାସ ପାଇଁ ନୂଆ ଜିଲ୍ଲା ସୃଷ୍ଟି କରିଛନ୍ତି ।
ମହାକୁମ୍ଭର ମେଳା ପରିସରରେ ୧,୫୦,୦୦୦ ତମ୍ବୁ ସ୍ଥାପନ କରାଯାଇଛି, ଯେଉଁଥିରେ ୩,୦୦୦ରୁ ଅଧିକ ରୋଷେଇ ଘର ରହିଛି । ଏହା ବ୍ୟତୀତ, ୧,୪୫,୦୦୦ ବିଶ୍ରାମାଗାର ଏବଂ ୯୯ଟି ପାର୍କିଂ ସ୍ଥାନ ନିର୍ମାଣ କରାଯାଇଛି ।
Comments are closed.