ଭୁବନେଶ୍ୱର: ଆସନ୍ତା ୧୩ ରୁ ୨୬ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା ୨୦୨୫ ପାଇଁ ପ୍ରୟାଗରାଜକୁ ସ୍ୱତନ୍ତ୍ର ଟ୍ରେନ ଚାଲିବ ।
ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ
୨୦୨୫ ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବୃୟାରୀ ମାସ ୫, ୧୯, ୨୬ ତାରିଖ ବୁଧବାରରେ ଭୁବନେଶ୍ୱର ଠାରୁ ଅପରାହ୍ନ ୧୨ଟା ୩୦ ମିନିଟରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।
ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୬ ଓ ୨୦ ତାରିଖ ଓ ଫେବୃୟାରୀ ମାସ ୧୭ ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ ୧୨ଟା ୩୦ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।
ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନରେ ଟିଟିଲାଗଡ଼ ଠାରୁ ଅପରାହ୍ନ ୧୨ଟା ୩୦ରେ ଛାଡି ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।
ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ ୫ଟା ୩୫ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।
ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା
ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୫ ଓ ୧୯ ତାରିଖ ଏବଂ ଫେବୃୟାରୀ ମାସ ୧୬ ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି ୧୦ଟା ୨୦ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ | ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।
Comments are closed.