Latest Odisha News

BREAKING NEWS

ମୋଦୀଙ୍କ ଦୀର୍ଘ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ଜପ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଳ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ତାଙ୍କ ଦୀର୍ଘ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ଜପ କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ଏବଂ ସୁରକ୍ଷା ପାଇଁ ସିଏମ୍ ଚୌହାନ ଆଜି ଅପରାହ୍ନରେ ସ୍ଥାନୀୟ ଗୁଫା ମନ୍ଦିରରେ ମହମୃତ୍ୟୁନଜୟ ଜପ କରିବେ। ଏହି ସମୟରେ ରାଜ୍ୟର ସବୁ ଶିବ ମନ୍ଦିରରେ ମହାମୃତ୍ୟୁଞ୍ଜୟ ଜପ କରାଯିବା ନେଇ ଯୋଜନା କରାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଜେପି କଂଗ୍ରେସ ଉପରେ ଆକ୍ରମଣକୁ ଜୋରଦାର କରିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ‌କୁ ନେଇ ମଧ୍ୟପ୍ରଦେଶରେ ବିଜେପି ମୋଦୀଙ୍କ ଦୀର୍ଘାୟୁ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ଜପ ଆୟୋଜନ କରିବାକୁ ଘୋଷଣା କରିଛି।

Leave A Reply

Your email address will not be published.