Latest Odisha News

BREAKING NEWS

ମହାନଦୀ ଅଧିକ ମାତ୍ରାରେ ପ୍ରଦୂଷିତ ; ଓଡ଼ିଶାର ଅଧିକାଂଶ ନଦୀଜଳ ପିଇବା ଉପଯୋଗୀ ନୁହେଁ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ନଦୀ ଓ ଏହାର ଶାଖା ନଦୀ ଗୁଡିକ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଓଡିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (ଓ.ଡବ୍ଲ୍ୟୁ ଏସ.ଏସ.ବି) ଦେଇଥିବା ରିପୋର୍ଟ ଅନୁଯାୟୀ ବିଶେଷ କରି ମହାନଦୀର ଜଳ ମୁହାଣରେ ଅଧିକ ମାତ୍ରାରେ ଦୂଷିତ ଅଟେ ।

ନିକଟରେ ମହାନଦୀ ଓ ଏହାର ୨୬ଟି ଶାଖା ନଦୀଜଳର ନମୁନା ସଂଗ୍ରହ କରାଯାଇ ବୋର୍ଡ ପକ୍ଷରୁ ଏହାର ପରୀକ୍ଷା କରିଯାଇଥିଲା । ପରୀକ୍ଷା ପରେ ୧୦ଟି ଶାଖା ନଦୀର ୩୩ଟି ଅଞ୍ଚଳର ନଦୀ ପାନୀୟ ଉପଯୋଗୀ ହୋଇଥିବା ବେଳେ, ୧୬ଟି ଶାଖା ନଦୀର ୪୧ଟି ଅଞ୍ଚଳରେ ନଦୀ ଜଳ ପାନୀୟ ଅନୁପଯୋଗୀ ହୋଇଥିବା ବୋର୍ଡ ପକ୍ଷରୁ ଦର୍ଶା ଯାଇଛି ।

ମହାନଦୀ ଓ ଏହାର ଶାଖା ନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଆଦି ପ୍ରମୁଖ ନଦୀ ଗୁଡିକ ମଧ୍ୟ ବ୍ୟାପକ ଭାବେ ପ୍ରଦୂଷିତ ହୋଇଛି । ବ୍ରାହ୍ମଣୀ ନଦୀର ଜଳ ତାଳଚେର, ଭୁବନ ଓ କବାଟବନ୍ଧ ନିକଟରେ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଥିବା ସୂଚନା ମିଳିଛି ।

ନିମ୍ନ ଲିଖିତ ସ୍ଥାନ ଗୁଡିକରେ ମହାନଦୀ ଓ ଏହାର ଉପନଦୀ ଗୁଡିକ ଅତ୍ୟଧିକ ମାତ୍ରାରେ ପ୍ରଦୂଷିତ

୧.ଝାରସୁଗୁଡା ମୁହାଣରେ ଥିବା ମହାନଦୀର ଶାଖା ନଦୀ ଇବ୍ ନଈ ।

୨.ସମ୍ବଲପୁର ଓ ହୁମା ସ୍ଥିତ ପ୍ରବାହିତ ହେଉଥିବା ମହାନଦୀର ତଳ ଓ ଉପର ମୁଣ୍ଡରେ ।

୩. କଟକ ଓ କମା ଶାସନ ଠାରେ ମହାନଦୀର ତଳ ମୁଣ୍ଡାରେ ।

୪. ସଂଖ୍ୟାତ୍ରାସ ନିକଟବର୍ତ୍ତୀ ମହାନଦୀର ଶାଖାନଦୀ ସେରୁଆ ଠାରେ ।

୫.ଭୁବନେଶ୍ୱର ନିକଟବର୍ତ୍ତୀ କୁଅଖାଇ ନଦୀର ତଳ ଓ ଉପର ମୁଣ୍ଡାରେ ।

୬.ଭୁବନେଶ୍ୱର ସ୍ଥିତ ଦୟା ନଦୀରେ ।

ଏହା ବ୍ୟତୀତ ଭବନେଶ୍ୱରର ଗାଙ୍ଗୁଆ ନଳା, ମହାନଦୀର ଶାଖା ନଦୀ ବିରୂପା, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା, କୁସୁମୀ, କଂସାରି, ଗୋବରୀ, ସବୁଲିଆ, ବଡ଼ଶଙ୍ଖ, ଲୁଣା ଓ ରତ୍ନଚିରା ଆଦି ଶାଖା ନଦୀ ଗୁଡିକରେ ମହାନଦୀ ଅଧିକ ମାତ୍ରାରେ ପ୍ରଦୂଷିତ ।

ମହାନଦୀ ବ୍ୟତୀତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଶଙ୍ଖ, କୋଏଲ, ଭଳି ପ୍ରମୁଖ ନଦୀ ଗୁଡିକ ମଧ୍ୟ ଅତିରିକ୍ତ ମାତ୍ରାରେ ପ୍ରଦୂଷିତ ହୋଇଛି । ତାଳଚେର, କବାଟବନ୍ଧ, ଭୁବନ ଆଦି ସ୍ଥାନ ଦେଇ ଯାଇଥିବା ବ୍ରାହ୍ମଣୀ ନଈକୂଳ ଗୁଡିକ ମଧ୍ୟ ପ୍ରଦୂଷଣରୁ ବାଦ୍ ପଡି ନାହିଁ ।

ଆଶ୍ଚର୍ଯ୍ୟର କଥା ହେଲା ଏହି ସବୁ ନଦୀ ଗୁଡିକ ଏତେ ମାତ୍ରାରେ ପ୍ରଦୂଷିତ ହୋଇଥିଲେ ମଧ୍ୟ ଏହାର ଜଳ ବ୍ୟବହାର ନକରିବାକୁ ପ୍ରଶାସନ ଏଯାଏଁ ବରଣ କରିନଥିବା ଓ.ଏସ.ଏସ.ବି ବୋର୍ଡ ତାର ରିପୋର୍ଟରେ ଦର୍ଶାଇଛି ।

ରାଜ୍ୟର ସମସ୍ତ ନଦୀଗୁଡିକ ‘ସି’ କ୍ୟାଟାଗୋରି ଅନ୍ତର୍ଭୁକ୍ତ । ଏହି ନଦୀ ଗୁଡିକର ପାଣିରେ ପି.ଏଚ ଭାଲ୍ୟୁ ସ୍ଵଭାବିକ ରହିଥିବା ହେତୁ ଏହା ବିପଦ ପୂର୍ଣ୍ଣ ନୁହେଁ ।

ମାତ୍ର ‘ଓ.ଡବ୍ଲ୍ୟୁ ଏସ.ଏସ.ବି’ ବୋର୍ଡ ରିପୋର୍ଟ ଅନୁଯାୟୀ ଏହି ପ୍ରଦୂଷିତ ନଦୀର ଜଳରେ କର୍ଲିଫର୍ଣ୍ଣ ବକ୍ଟେରିଆ ବ୍ୟାପିବା ସମ୍ଭାବନା ବହୁମାତ୍ରାରେ ରହିଛି । ଯାହାର ବ୍ୟବହାର ଫଳରେ ବିଭିନ୍ନ ଚର୍ମରୋଗ ହୋଇଥାଏ ।

ଓଏସପିସିବିର ନିର୍ଧାରଣ ଅନୁଯାୟୀ ନଦୀ ଜଳର ପି.ଏଚ. ଲେବେଲ ୬.୫ରୁ ୮.୫ ଭିତରେ ରହିବ କଥା । ଜଳରେ ବିଓଡ଼ି ଲେବେଲ ୩ରେ ରହିବ ବେଳେ ଟିସି ଲେବେଲ ୫୦୦୦ରୁ କମ ରହିବା ଆବଶ୍ୟକ । ମାତ୍ର ନଦୀ ଗୁଡିକରେ ବିଓଡ଼ି ଓ ଟିସି ଲେବେଲ ମାତ୍ରାଧିକ ରହୁଥିବା ଓଡିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ ସୂଚନଦେଇଛି ।

Leave A Reply

Your email address will not be published.