Latest Odisha News

BREAKING NEWS

ସୋଆ ଏନଏସଏସ୍ ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି ।

ସୋଆ ଏନଏସଏସର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ତଥା ବିନ୍ଧ୍ୟଗିରି ସ୍ଥିତ କୃଷି ଅନୁସନ୍ଧାନ ଷ୍ଟେସନରେ ଶତାଧିକ ବୃକ୍ଷରୋପଣ କରାଯାଇଛି ।

ଅନୁଷ୍ଠାନର ଅଧ୍ୟକ୍ଷ ଡଃ ବିଜୟ କୁମାର ସାହୁ ଏବଂ ସ୍ନାତକୋତର ଅଧ୍ୟକ୍ଷ ଡଃ ପ୍ରେମାନନ୍ଦ ମହାପାତ୍ରଙ୍କ ଦିଗଦର୍ଶନ ତଥା କାର୍ଯ୍ୟକ୍ରମ ଅଧିକାରୀ ଡଃ ସରୋଜ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅଧିକାରୀ ଚକ୍ରଧର ପାତ୍ର, ସତ୍ୟନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣର ଉପାଦେୟତା ତଥା ତା’ର ଯତ୍ନ ନେବା କୌଶଳ ଉପରେ ଆଲୋକପାତ କରାଯାଇଥିଲା । ଚଳିତ ବନ ମହୋତ୍ସବକୁ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ନିଆରା ଢ଼ଙ୍ଗରେ ପାଳନ କରିଥିଲେ ।

ଏନଏସଏସ୍ ସ୍ୱେଚ୍ଛାସେବୀମାନେ ନିକଟସ୍ଥ ମଧୁସୂଦନ ପାର୍କରେ ବିଗତ ୬ ଦିନ ଧରି ଚାରା ବିତରଣ କରି ଫନି ପରବର୍ତୀ ଅବସ୍ଥାରୁ ମୁକୁଳିବା ପାଇଁ ଉଦ୍ୟମ କରିଥିଲେ । ଏହି କାର୍ଯ୍ୟକ୍ରମ ଆହୁରି ୪ ଦିନ ଚାଲିବ ବୋଲି ଏନଏସଏସ୍ ପ୍ରୋଗ୍ରାମ ସଂଯୋଜକ ଡଃ ନଚିକେତା ଶର୍ମା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.