Latest Odisha News

BREAKING NEWS

ମହାନଦୀ ଜଳବିବାଦ ପ୍ରସଙ୍ଗ: ପୁନର୍ବାର ଆଲୋଚନା ଲାଗି ଓଡ଼ିଶା-ଛତିଶଗଡ଼ ରାଜ୍ୟକୁ ନିର୍ଦ୍ଦେଶ, ମାର୍ଚ୍ଚ ୩୦ରେ ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଦ୍ୱାରା ଶନିବାର ଦିନ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ବିବାଦକୁ ନେଇ ବହୁ ପ୍ରତୀକ୍ଷିତ ଚୂଡ଼ାନ୍ତ ଶୁଣାଣି ହେବାକୁ ଥିବା ବେଳେ, ଏହି ଦୁଇ ରାଜ୍ୟ ପୁଣି ଥରେ ବୈଠକରେ ଆଲୋଚନା କରି ଏହି ବିବାଦ ଓ ସମସ୍ୟା ସମାଧାନର ସୂତ୍ର ଖୋଜିବାକୁ କହିଛନ୍ତି । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦୁଇ ରାଜ୍ୟକୁ ଶନିବାର ଦିନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ତିନିଜଣିଆ ଖଣ୍ଡପୀଠକୁ ନେଇ ଗଠିତ ହୋଇଥିବା ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକର, ଜଷ୍ଟିସ ରବି ରଞ୍ଜନ ଏବଂ ଜଷ୍ଟିସ ଇନ୍ଦରମିତ କୌର ଏହି ଦୁଇ ରାଜ୍ୟର ଆଡ଼ଭୋକେଟ ଜେନେରାଲଙ୍କୁ ଆସନ୍ତା ମାର୍ଚ୍ଚ ୩୦ରେ ହେବାକୁ ଥିବା ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ଏହି ସମସ୍ୟାର ସଠିକ୍ ସମାଧାନ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସମ୍ପର୍କରେ ଟ୍ରୁିବ୍ୟୁନାଲ ଫେବୃଆରୀ ୯ ତାରିଖ ଦିନ ଉଭୟ ଛତିଗଡ଼ ଓ ଓଡ଼ିଶା ସରକାରଙ୍କୁ ଜଳ ବଣ୍ଟନ ନେଇ ତଥ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ଓଡ଼ିଶା ସରକାରଙ୍କ ଅନ୍ତରୀଣ ଆବେଦନକୁ ଭିତ୍ତିକରି ଶୁଣାଣିରେ ଉଭୟ ସରକାରଙ୍କୁ ନିଜ ନିଜ ରାଜ୍ୟରେ ମହାନଦୀ ଜଳ ସମ୍ପର୍କରେ ବିଭିନ୍ନ ବିଶ୍ଳେଷଣର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଏ ଏମ ଖାନୱିଲକର, ନ୍ୟାୟମୂର୍ତ୍ତି ରବି ରଞ୍ଜନ ଏବଂ ନ୍ୟାୟମୂର୍ତ୍ତି ଇନ୍ଦରମିତ କୌର ରହିଛନ୍ତି ।

Leave A Reply

Your email address will not be published.